ଡ୍ରଗ୍ସ ମାମଲା ନେଇ ଭାରତୀ ଏବଂ ହର୍ଷଙ୍କ ଉପରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

ନୂଆଦିଲ୍ଲୀ : ଅସୁବିଧାରେ ପଡ଼ିଲେ କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲା ନେଇ ଏନ୍‌ସିବି ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଉପରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସୂଚନା ଅନୁଯାୟୀ ୨୦୨୦ରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ଭାରତୀସିଂହ ଏବଂ ହର୍ଷ। କିନ୍ତୁ ଏବେ ସେ ଜାମିନରେ ରହିଥିବା ବେଳେ ପୁଣି ଏନସିବି ତାଙ୍କ ଉପରେ ଚାର୍ଜସିଟ୍‌ ଦାୟର କରିଛନ୍ତି ।

ପୂର୍ବରୁ ଭାରତୀଙ୍କ ଘରୁ ମିଳିଥିଲା ଗଞ୍ଜେଇ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୨୦୨୦ରେ ଡ୍ରଗ୍ସ ଖାଉଥିବା ଅଭିଯୋଗରେ ଭାରତୀ ଏବଂ ହର୍ଷଙ୍କୁ ଗିରଫ କରାଯାଇଥିଲା । ଭାରତୀ ଏବଂ ହର୍ଷଙ୍କ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏନସିବି ଦାବି କରିଛି ଯେ ପଚରାଉଚରା ସମୟରେ ଉଭୟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗଞ୍ଜା ଖାଇଥିବାର ସ୍ୱୀକାର କରିଛନ୍ତି।

ଏହା ପରେ ଭାରତୀ ସିଂଙ୍କୁ ଏନଡିପିଏସ ଆକ୍ଟ ୧୯୮୬ ଧାରା ଅନୁଯାୟୀ ଗିରଫ କରାଯାଇଥିଲା। ପରେ ଉଭୟ ଜାମିନରେ ଆସିଥିଲେ। ଟିଭି ପରଦା ରୁ ଆରମ୍ଭ କରି ଭାରତୀ ଏବଂ ହର୍ଷ ଉଭୟ ସକ୍ରିୟ ରୁହନ୍ତି  । ଦୁହେଁ ବହୁତ ଖୁସିରେ ଥିବା ବେଳେ ବର୍ତ୍ତମାନ ଅସୁବିଧାରେ ପଡ଼ିଛନ୍ତି ଭାରତୀ ଏବଂ ହର୍ଷ  ।

Related Articles

Back to top button