ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ଚୁଡ଼ାନ୍ତ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଉଭୟ ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ଚୁଡ଼ାନ୍ତ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟରେ ରାଜ୍ୟରେ ଥିବା ୧୦ ଟି ସରକାରୀ ଏବଂ ୨ଟି ଘରୋଇ ମେଡିକାଲର ମୋଟ ୧୭୦୦ ସିଟ୍ ମଧ୍ୟରୁ ୧୫୬୩ ସିଟ୍ ଆବଣ୍ଟନ କରାଯାଇଛି ।

କେନ୍ଦ୍ରୀୟ କୋଟା ୧୫%କୁ ବାଦ ଦେଇ ଏହି ତାଲିକା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଆଜି ସଂଧ୍ୟା ପରଠାରୁ ସେମାନଙ୍କ ଆଲଟମେଣ୍ଟ ଲେଟର ଡାଉନଲୋଡ୍ କରି ପାରିବେ । ତେବେ ପ୍ରୋଭିଜନାଲ୍ ନାମଲେଖା ଆସନ୍ତା ୩୦ରୁ ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଗଣ୍ଡମୁଣ୍ଡା ସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ରିପୋର୍ଟିଂ କରିବାକୁ ହେବ ବୋଲି କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍ ସମ୍ପର୍କିତ ତାଲିକା ନଭେମ୍ବର ୬ ତାରିଖ ସଂଧ୍ୟାରେ ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ନଭେମ୍ବର ୭ରୁ ୧୦ ମଧ୍ୟରେ ଆବେଦନ ହେବାକୁ ଥିବାବେଳେ ୧୨ ତାରିଖ ଅପରାହ୍ଣ ୫ଟାରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲମେଣ୍ଟ ତାଲିକା ପ୍ରକାଶ ପାଇବ ।

ତାଲିକା ଅନୁଯାୟୀ ପିଲାମାନେ ନଭେମ୍ବର୧୯ରୁ ୨୧ ତାରିଖ ମଧ୍ୟରେ ନାମ ଲେଖାଇବାକୁ ଥିବାବେଳେ ଡିସେମ୍ବର ୬ ତାରିଖରେ ସ୍ପଟ୍ ନାମଲେଖା ପାଇଁ ତାରିଖ ପ୍ରକାଶ ପାଇବ । ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ ୱେବସାଇଟ ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି ।

Related Articles

Back to top button