ଭାରତରେ ‘ଏମଆଇ ପେ’ ବନ୍ଦ କରିବ ସାଓମି

ନୂଆଦିଲ୍ଲୀ: ଚୀନ୍ ସ୍ମାର୍ଟଫୋନ୍ ନିର୍ମାତା ସାଓମି ଭାରତରେ ଏହାର ଆର୍ଥିକ ସେବା ପ୍ରଦାନ କରୁଥିବା ‘ଏମଆଇ ପେ’ କୁ ବନ୍ଦ କରିବାକୁ ଯାଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଲଞ୍ଚର ତିନି ବର୍ଷ ପରେ ‘ଏମଆଇ ପେ’ ଯାହାଦ୍ବାରା ୟୁଜର୍ସଙ୍କୁ ବିଲ୍ ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର  କରିପାରୁଥିଲେ, ଏବେ ବନ୍ଦ ହେବାକୁ ଯାଉଛି।

ଦେଶରେ ପେମେଣ୍ଟ ପାଇଁ ରହିଥିବା, ରେଗୁଲେଟୋରୀ ବଡି ନାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ବାରା ମାନ୍ୟତା ପ୍ରାପ୍ତ ଆପ୍‌ରେ ତାଲିକାରେ ‘ଏମଆଇ ପେ’ର ନାମ ନାହିଁ। ଏପରିସ୍ଥିତିରେ କୁହାଯାଉଛି କମ୍ପାନୀ ଏହାର ଏହି ସେବା ଖୁବ୍ ଶୀଘ୍ର ବନ୍ଦ କରିବ। ଅବଶ୍ୟ ସାଓମି ଏବଂ ଏନପିସିଆଇ ତରଫରୁ ଅଧିକାରିକ ଭାବରେ ବର୍ତ୍ତମାନ କୌଣସି ଟିପ୍ପଣୀ ଦିଆଯାଇନାହିଁ।

ଏହା ପୂର୍ବରୁ ସ୍ମାର୍ଟଫୋନ୍ ନିର୍ମାତା ଚଳିତ ମାସର ପ୍ରାରମ୍ଭରେ ସେହି ଗୁଜବକୁ ଖାରଜ କରିଥିଲା ଯେଉଁଥିରେ କୁହାଯାଉଥିଲା ଯେ, କମ୍ପାନୀ ଭାରତରୁ ପାକିସ୍ତାନକୁ ଏହାର ଅପରେସନ ସିଫ୍ଟ କରିବାକୁ ଯାଉଛି। କିନ୍ତୁ ପରେ କମ୍ପାନୀ ତରଫରୁ ଏକ ଟ୍ବିଟ୍‌ରେ କୁହାଯାଇଥିଲା ଯେ ଏହା କେବଳ ଏକ ଗୁଜବ।

ଉଲ୍ଳେଖଯୋଗ୍ୟ, ଭାରତରେ କମ୍ପାନୀ ଟ୍ୟାକ୍ସ ଫାଙ୍କିବା ମାମଲାରେ ସରକାରୀ ଯାଞ୍ଚ ଅଧୀନରେ ଫସିରହିଛି। ନିକଟରେ କୋର୍ଟ ସାଓମିର ୫,୫୦୦ କୋଟି ଟଙ୍କାର ସମ୍ପତ୍ତି ଉପରେ ରୋକ୍ ହଟାଇବାକୁ ମନା କରିଥିଲେ।

Related Articles

Back to top button