ହାଲୋୱିନ୍‌ ଉତ୍ସବ ପାଳନ ସମୟରେ ଦଳାଚକଟା, ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି

ସିଓଲ: ଶନିବାର ରାତିରେ ହାଲୋୱିନ୍‌ ଉତ୍ସବ ପାଳନ ସମୟରେ ଦଳାଚକଟା ଘଟି ୧୫୧ ଜଣଙ୍କ ପ୍ରାଣହାନୀ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି। ଉତ୍ସବ ପାଳନ ସମୟରେ ଉପସ୍ଥିତ ହଜାର ହଜାର ଜନତା ଏକ ସଂକୀର୍ଣ୍ଣ ରାସ୍ତାରେ ଆଗକୁ ବଢ଼ିବାକୁ ଉଦ୍ୟମ କରିବାବେଳେ ସେମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ସିଓଲର ୟୋଙ୍ଗସାନ୍‌ ଅଗ୍ନିଶମ ବିଭାଗ ମୁଖ୍ୟ ଚୋଇ ସିଓଂ-ବିଓମ୍‌ କହିଛନ୍ତି ଅଧିକାଂଶ ଲୋକଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣା ଘଟିବା ପରେ ୪୦୦ରୁ ଊର୍ଦ୍ଧ୍ବ ଜରୁରୀ ସେବା କର୍ମଚାରୀ ସେଠାରେ ପହଞ୍ଚି ମୃତାହତଙ୍କୁ ହସ୍‌ପିଟାଲକୁ ସ୍ଥାନାନ୍ତର କରିଥିଲେ। ଉଦ୍ଧାର କାର୍ଯ୍ୟରେ ୧୪୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି।

Related Articles

Back to top button