ଟ୍ୱିଟରଠାରୁ ଅଲଗା ହେବା ପରେ ନୂଆ ସୋସିଆଲ ମିଡିଆ ଆପ୍ ବ୍ଲୁ ସ୍କାଏ ଆଣିବେ ଜାକ ଡୋର୍ସି

ନୂଆଦିଲ୍ଲୀ: ଟ୍ୱିଟରଠାରୁ ଅଲଗା ହେବା ପରେ କମ୍ପାନିର ସହ-ପ୍ରତିଷ୍ଠାତା ଏବଂ ସିଇଓ ଜାକ ଡୋର୍ସି ଏବେ ନିଜର ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କାମ କରିବା ଆରମ୍ଭ କରିଛନ୍ତି । ନିକଟରେ ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି । ତେବେ କିଛି ମାସ ପୂର୍ବରୁ ହିଁ ମସ୍କ ଟ୍ୱିଟରକୁ କିଣିବା ନେଇ ଘୋଷଣା କରିଥିଲେ ଏବଂ ଏହାର କିଛି ଦିନ ପରେ ଜାକ୍ ଡୋର୍ସି ଟ୍ୱିଟର ବୋର୍ଡରୁ ଇସ୍ତଫା ଦେଇଥିଲେ ।

ରିପୋର୍ଟ ଅନୁସାରେ, ଏବେ ଜାକ ଡୋର୍ସି ଏକ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଆପଲିକେସନ ଟେଷ୍ଟିଂ କରୁଛନ୍ତି । ଏଲନ ମସ୍କଙ୍କ ଟ୍ୱିଟର ଅଧିଗ୍ରହଣର ଗୋଟିଏ ସପ୍ତାହ ପୂର୍ବରୁ ଡୋର୍ସି ଏହି ଘୋଷଣା କରିଥିଲେ ଯେ, ତାଙ୍କ ସୋସିଆଲ ମିଡିଆ ଆପ୍ ବ୍ଲୁସ୍କାଏ(Bluesky) ଏବେ ବିଟା ଟେଷ୍ଟିଂ ସ୍ତରରେ ରହିଛି।

ଗତ ସପ୍ତାହରେ ଡୋର୍ସି କହିଥିଲେ ଯେ, ସେ ନିଜର ପରବର୍ତ୍ତୀ ପ୍ରୋଟୋକଲ ଟେଷ୍ଟିଂ ଦିଗରେ ଆଗକୁ ବଢୁଛି । ଏହା ଏକ ଜଟିଳ ପ୍ରକ୍ରିୟା । ଥରେ ନେଟୱାର୍କ ପ୍ରସ୍ତୁତ ହେବା ପରେ ଏହାକୁ ଅନେକ ପାର୍ଟି ସହ ସମନ୍ୱୟର ଆବଶ୍ୟକତା ରହିଥାଏ, ଏଥିପାଇଁ କମ୍ପାନି ସେହି ପ୍ରସଙ୍ଗକୁ ସମାଧାନ କରିବା ବିଟା ଟେଷ୍ଟିଂ ଆରମ୍ଭ କରିବାକୁ ଯାଉଛି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ନୂଆ ଆପ ଏକ ଅଥଣ୍ଟିକେଟେଡ୍ ଟ୍ରାନ୍ସଫର ପ୍ରୋଟୋକଲ (ଏଟି ପ୍ରୋଟୋକଲ)ର ଉପଯୋଗ କରିବ । ଯାହା ଏକ ସିଙ୍ଗଲ ସାଇଟ୍ ପରିବର୍ତ୍ତେ ଅନେକ ସାଇଟ୍ ଦ୍ୱାରା ବ୍ୟବହାର କରାଯାଇ ପାରୁଥିବା ଏକ ଫେଡରେଟେଡ ସୋସିଆଲ ମିଡିଆ ନେଟୱର୍କ ଅଟେ ।

Related Articles

Back to top button