ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନରେ ଟାଇଟଲ ଜିତିଲେ ଭାରତୀୟ ଯୋଡି ସାଇରାଜ-ଚିରାଗ

ପ୍ୟାରିସ: ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ କମାଲ କରିଛନ୍ତି । ପୁରୁଷ ଡବଲ୍ସରେ ସେମାନେ ଚାଇନିଜ ତାଇପେର ଲୁ ଚିଙ୍ଗ ୟା ଓ ୟା ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଭାରତୀୟ ଯୋଡି ୨୧-୧୩ ଓ ୨୧-୧୯ ସିଧାସଳଖ ଗେମରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଯୋଗରେ ପରାସ୍ତ କରିଥିଲେ । ୧୯୮୩ ପରେ ଚିରାଗ ଓ ସାଇରାଜ ପ୍ରଥମ ଭାରତୀୟ ଯୋଡି ଭାବେ ଏହି ସଫଳତା ହାସଲ କରିଛନ୍ତି । ସେମାନଙ୍କ ପୂର୍ବରୁ ପାର୍ଥୋ ଗାଙ୍ଗୁଲି ଓ ବିକ୍ରମ ସିଂ ଯୋଡି ଏହି କୀର୍ତିମାନ ସ୍ଥାପନ କରିଥିଲେ ।

କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ମହଲରୁ ସାଇରାଜ ଓ ଚିରାଗଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଓଭରାଲ କ୍ୟାରିୟରରେ ଏହି ଯୋଡିଙ୍କର ଏହା ୧୧ତମ ଟାଇଟଲ ।

Related Articles

Back to top button