ଗୁଗୁଲ ପ୍ଲେଷ୍ଟୋରରୁ ହଟିଲା ୧୩ଟି ବିପଦଜ୍ଜନକ ଆପ୍

ନୂଆଦିଲ୍ଲୀ: ନିକଟରେ ଗୁଗୁଲ ୧୩ ଟି ଆପକୁ ପ୍ଲେ ଷ୍ଟେରରୁ ଡିଲିଟ କରିଛି । ଯାହାକୁ ପାଖାପାଖି ୨୦ ମିଲିୟନରୁ ଅଧିକ ଥର ଡାଉନଲୋଡ କରାଯାଇଥିଲା । ତେବେ ଏହି ଆପ୍ସଗୁଡୁକରେ କିଛି ଦୁର୍ବଳତା ଦେଖିବା ପରେ ଏହି ଆପ୍ସଗୁଡିକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ତେବେ ମିଳିଥିବା ରିପୋର୍ଟ ଅନଯାୟୀ ଏହି ଆପ୍ସ କାରଣରୁ ଫୋନ ବ୍ୟାଟେରି ଶୀଘ୍ର ଶେଷ ହୋଇଯାଉଛି । ଏତତ୍ ବ୍ୟତୀତ ମୋବାଇଲ ଡାଟା ଶୀଘ୍ର ସରିବା ସହିତ କିଛି ସିକ୍ୟୁରିଟି ସମସ୍ୟା ମଧ୍ୟ ଏହି ଆପ୍ସରେ ଦେଖିବାକୁ ମିଳିଛି । ତେବେ McAfee Mobile Research Team ଏହି ଆପ୍ସକୁ ନେଇ ରିସର୍ଚ୍ଚ କରିଥିଲା । ଯେଉଁଥିରୁ ଏହି ରିପୋର୍ଟ ସାମ୍ନାକୁ ଅସିଛି । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଗୁଗୁଲ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ସଗୁଡିକୁ ପ୍ଲେ ଷ୍ଟୋରରି ହଟାଇ ଦେଇଛି ।

ଏହି ବିପଜ୍ଜନକ ଆପଗୁଡ଼ିକ କ୍ରମାଗତ ଭାବରେ ବ୍ୟବହାର ହେଉଥିବା ବେଳେ ଅନେକ ଲୋକେ ଏହି କାରଣରୁ ଠକାମିର ଶିକାର ମଧ୍ୟ ହେଉଥିଲେ । କାରଣ ଏହି ଆପ୍ସଗୁଡୁକ ସାଇବର କ୍ରାଇମ ପାଇଁ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ଜଣାପଡିଛି । ଫଳରେ ଗୁଗୁଲ ଏହି ୧୩ ବିପଜ୍ଜନକ ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଯଦି ଆପଣ ଏହି ଆପ୍ସଗୁଡିକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିଛନ୍ତି ତେବେ ତୁରନ୍ତ ଏହି ଆପ୍ସଗୁଡିକୁ ନିଜ ଫୋନରୁ ଅନଇନଷ୍ଟଲ କରିଦିଅନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିବା ଆପ୍ସ ବିଷୟରେ ।

ଯଦି ଆପଣଙ୍କ ଫୋନରେ ହାଇ ସ୍ପିଡ୍ କ୍ୟାମେରା, ସ୍ମାର୍ଟ ଟାସ୍କ, ଫ୍ଲାସ୍ ଲାଇଟ୍ +, ମେମୋ କ୍ୟାଲେଣ୍ଡର, ଇଂରାଜୀ-କୋରିଆନ୍ ଡିକ୍ସନାରୀ, ବୁସାନବସ୍, କୁଇକ୍ ନୋଟ୍ସ, ସ୍ମାର୍ଟ କରେନ୍ସି କନଭର୍ଟର, ଜାଇକୋଡ୍, ଏଜଡିକା, ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଡାଉନଲୋଡର୍, ଏଜ୍ ନୋଟ୍ସ କିମ୍ବା ଇମେଜ୍ ଭାୟୁଲ୍ଟ ହାଇଡ ଇମେଜ ଆଦି ଆପ ଡାଉନଲୋଡ କରିଥିଲେ ଏହାକୁ ତୁରନ୍ତ ନିଜ ଫୋନରୁ ଡିଲେଟ କିମ୍ବା ଅନ ଇନଷ୍ଟଲ କରନ୍ତୁ ।

ଏହି ବିପଜ୍ଜନକ ଆପଗୁଡିକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରିବା ସହିତ ଆର୍ଥିକ ଠକେଇରେ ମଧ୍ୟ କାର୍ଯ୍ୟ କରିଥାଏ । ତେଣୁ ଆପଣ କେବଳ ଅଫିସିଆଲ ଷ୍ଟୋରରୁ ଯେ କୌଣସି ଆପ୍ ଡାଉନଲୋଡ କରନ୍ତୁ । ଏଥିସହିତ ଯେଉଁ ଆପ୍ସ ଡାଉଲୋଡ କରୁଛନ୍ତି ପ୍ରଥମେ ତାର ରିଭ୍ୟୁ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ । ଯଦି କୈଣସି ଆପର ରିଭ୍ୟୁ ଉପରେ ସନ୍ଦେହ ହେଉଛି ସେ ଆପ ଡାଉଲୋଡ କରିବା ଠାରୁ ଦୂରେଇ ରୁହନ୍ତୁ ।

Related Articles

Back to top button