ପୁଣି ବିବାଦ ଘେରରେ କ୍ୟାଡବରି ଚକୋଲେଟ: ବିଜ୍ଞାପନକୁ ନେଇ ସମାଲୋଚନା, ଆରମ୍ଭ ହୋଇଛି ବୟକଟ୍‌ ଟ୍ରେଣ୍ଡ

ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କ୍ୟାଡବରି ଚକୋଲେଟ । ସୋସିଆଲ ମିଡିଆରେ କ୍ୟାଡବରି ଚକୋଲେଟକୁ ନେଇ ଆରମ୍ଭ ହୋଇଛି ବୟକଟ୍‌ ଟ୍ରେଣ୍ଡ । ଆଇକନିକ ବ୍ରାଣ୍ଡ କ୍ୟାଡବରି ଚକୋଲେଟ ଦୀପାବଳୀର ବିଜ୍ଞାପନକୁ ନେଇ ସମାଲୋଚନାର ଶିକାର ହୋଇଥିଲା । ଟ୍ବିଟରରେ ସମସ୍ତେ ଏହି ଚକୋଲେଟକୁ ନେଇ ବୟକଟ୍‌ କରିଛନ୍ତି । ଏଭଳି ବିଜ୍ଞାପନ ପାଇଁ କେବଳ କ୍ୟାଡବରୀ କିମ୍ବା ଅନ୍ୟ ବ୍ରାଣ୍ଡର ମାର୍କେଟିଂ ପ୍ରଥମ ଥର ନୁହେଁ ।

ଟ୍ବିଟର ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ ବର୍ତ୍ତମାନ କ୍ୟାଡବରି କମ୍ପାନୀ ବିବାଦୀୟ କାରଣ ଏଥିରେ “ଦାମୋଦର” ନାମକ ଜଣେ ଗରିବ ଦୀପ ବ୍ୟବସାୟୀ ଅଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିତାଙ୍କ ଉପରେ ମଡେଲ ହୋଇଛି। ପୂର୍ବରୁ କ୍ୟାଡବରୀ ନିଜ ପ୍ରଡକ୍ଟରେ ଜିଲେଟିନ୍‌ର ବ୍ୟବହାର କରୁଥିବାବେଳେ ଏହା ଗୋରୁ ମାଂସରୁ ସଂଗୃହିତ କରାଯାଉଥିବା କମ୍ପାନୀ ନିଜ ଅଫିସିଆଲ ଓ୍ବେବସାଇଟ୍‌ ପେଜ୍‌ ରେ ଉଲ୍ଲେଖ କରିଥିଲା । କିନ୍ତୁ କମ୍ପାନୀ ଜେଲେଟିନ୍‌କୁ କେବଳ ଅଷ୍ଟ୍ରେଲିଆ ପ୍ରଡକ୍ଟ ପାଇଁ ବ୍ୟବହାର କରୁଥିବା ସ୍ପଷ୍ଟିକରଣ ରଖିଥିଲା ।

ଟ୍ବିଟର ୟୁଜର ପ୍ରାଚୀ ସାଦଭୀ ଦ୍ବାରା ସେୟାର କରାଯାଇଥିବା ପୋଷ୍ଟର କ୍ୟାପସନରେ ଲେଖା ଅଛି, “ଆପଣ ଟିଭି ଚ୍ୟାନେଲରେ କ୍ୟାଡବରୀ ଚକୋଲେଟର ବିଜ୍ଞାପନକୁ ଭଲଭାବେ ଦେଖିଛନ୍ତି କି? ଦୋକାନହୀନ ଗରିବ ଦୀପ ବିକ୍ରେତା ହେଉଛନ୍ତି ଦାମୋଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିତାଙ୍କ ନାମ ଥିବା ବ୍ୟକ୍ତିଙ୍କୁ ଖରାପ ଆଲୋକରେ ଦେଖାଇବା ପାଇଁ ଏହା କରାଯାଇଛି। ଚା ବାଲାର ବାପା ଦୀପବାଲା । ଏହା କ୍ୟାଡବରୀ କମ୍ପାନୀ ପାଇଁ ଲଜ୍ଜ୍ୟା ।

Related Articles

Back to top button