ଧବଳେଶ୍ବରଙ୍କ ଝୁଲା ପୋଲ ନିକଟରେ ଲାଗିଲା ୧୪୪ ଧାରା

କଟକ: ଦୁର୍ଘଟଣା ଘଟିଲେ ଆମ ସରକାରଙ୍କ ଚେତା ପଶେ । ଗୁଜରାଟ ଝୁଲା ପୋଲ ଦୁର୍ଘଟଣା ପରେ ଏବେ ବାବା ଧବଳେଶ୍ବରଙ୍କ ପୀଠକୁ ଯିବା ପାଇଁ ରହିଥିବା ଝୁଲାପୋଲ ଟି ବିପଦପୂର୍ଣ୍ଣ ଥିବା କୁହାଯାଉଛି । ତେବେ ପ୍ରଶାସନ ଜାଣି ଶୁଣି କିପରି ହଜାର ହଜାର ଲୋକଙ୍କୁ ସେହି ଝୁଲାପୋଲରେ ଯିିବାପାଇଁ ଅନୁମତି ଦେଉଥିବା ତାକୁ ନେଇ ବୁଦ୍ଧିଜୀବୀମାନେ ଏବେ ପ୍ରଶ୍ନ କରୁଛନ୍ତି ।

ଝୁଲାପୋଲ ବିପଦ ଥିବା ଜଣାପଡିବା ପରେ  ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା । ଝୁଲାପୋଲ ମରାମତି ହେବା ପାଇଁ ବୈଷୟିକ କମିଟି ନିଷ୍ପତ୍ତି ନେଇଛି । ସେପଟେ ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ନଈ ପାର କରାଇବା ମଧ୍ୟ ବିପଦପୂର୍ଣ୍ଣ ।  ଗୁଜରାଟ ମୋର୍ବିରେ ଝୁଲା ପୋଲ ଟ୍ରାଜେଡି ପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ଏବେ  ଚେତିଛି ପ୍ରଶାସନ ।  ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ଝୁଲା ପୋଲ ମରାମତି ପାଇଁ ନିଷ୍ପତ୍ତି ହୋଇଛି ।

Related Articles

Back to top button