ମୋରବି ଘଟଣାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ନଭେମ୍ବର ୨ ତାରିଖରେ ଗୁଜରାଟରେ ଶୋକ ଦିବସ
ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ଝୁଲାପୋଲ ଦୁର୍ଘଟଣାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ଗୁଜରାଟରେ ଗୋଟିଏ ଦିନ ପାଇଁ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି । ନଭେମ୍ବର 2 ତାରିଖରେ ଗୁଜରାଟରେ ଶୋକଦିବସ ପାଳନ କରାଯିବ ବୋଲି ସେ ଟୁଇଟ କରି କହିଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ନେଇ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସଂଘବୀ, ଗୁଜୁରାଟର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସମେତ ରାଜ୍ୟର ଗୃହ ବିଭାଗ ଓ ଗୁଜରାଟ ରାଜ୍ୟର ଆପାତ୍ତକାଳୀନ ପ୍ରବନ୍ଧନ ପ୍ରାଧୀକରଣ ସହ ଅନ୍ୟ ଶୀର୍ଷ ଅଧିକାରୀ ଉପସ୍ଥିତ ଥିଲେ । ମୋଦୀ କହିଥିଲେ କି ସରକାର ଏହି ଦୁଃଖର ସମୟରେ ପୀଡ଼ିତଙ୍କ ପରିବାର ସହ ସବୁବେଳେ ଅଛନ୍ତି ।