ପାରାଦୀପରେ ସମୁଦ୍ରକୂଳରେ ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ମନା

ପାରାଦୀପ: ସମୁଦ୍ରକୂଳରେ ମାଛ ଧରିବା ମନା।  ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା। ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ, ତଟରକ୍ଷୀ ବାହିନୀ, ବିଭିନ୍ନ ସାମୁଦ୍ରିକ ଥାନା ସହିତ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆଯିବା ସହିତ ସମୁଦ୍ରରେ ପେଟ୍ରୋଲିଂ ଆରମ୍ଭ କରାଯାଇଛି। ମେ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ମାସ କଟକଣା ଲାଗୁ ରହିବ। ସମୁଦ୍ରକୂଳ ଠାରୁ ୨୦ କିଲୋମିଟର ଭିତରେ ମାଛଧରି ପାରିବେ ନାହିଁ ମତ୍ସ୍ୟଜୀବୀ।

ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦର ଉପରେ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାର ନିର୍ଭର କରନ୍ତି । ଗତ କିଛି ବର୍ଷ ହେଲା ଲଘୁଚାପ, ବାତ୍ୟା, ବନ୍ୟା କାରଣରୁ ବୋଟ୍ ମାଲିକ ଓ ମତ୍ସ୍ୟଜୀବୀ କ୍ଷତି ସହୁଛନ୍ତି । ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଆବଶ୍ୟକୀୟ ଜାଲ ଓ ଶକ୍ତିଶାଳୀ ବୋଟ୍ ନଥିବାରୁ ମତ୍ସ୍ୟଜୀବୀ ମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସେପଟେ ଟ୍ରଲର ମାଲିକମାନେ ମଧ୍ୟ ପ୍ରଭାବିତ ହେଉଥିବା ନେଇ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି କହିଛନ୍ତି  ।

ଅଲିଭ ରିଡଲେ କଇଁଛ ପ୍ରଜଜନ ସମୟ ପାଇଁ ୭ ମାସ ଓ ମାଛ ବଂଶ ବୃଦ୍ଧି ପାଇଁ ୩ ମାସ , ବର୍ଷକୁ ୧୦ ମାସ ପର୍ଯ୍ୟନ୍ତ ମାଛ ଧରା ଉପରେ ଲାଗୁଛି ସରକାରୀ କଟକଣା । ସେଥିରେ ବନ୍ୟା, ବାତ୍ୟା, ଲଘୁଚାପ ଭଳି ପ୍ରାକୃତିକ ଦୁର୍ବିପାକ ଦାଉ ସାଧୁଛି। ବିଭିନ୍ନ ସମୟରେ ମାଛଧରା ବନ୍ଦ ରହିବା କାରଣରୁ ମତ୍ସ୍ୟଶିଳ୍ପ ପ୍ରଭାବିତ ହେବା ସହିତ ଅନେକ ଆର୍ଥିକ କ୍ଷତି ଘଟୁଥିବା ନେଇ ବୋଟ ମାଲିକ ମନେ ଅଭିଯୋଗ ଆଣିଛନ୍ତିl

Related Articles

Back to top button