ଅକ୍ଟୋବରରେ ବୃଦ୍ଧି ପାଇଲା ୟୁପିଆଇ ଟ୍ରାଞ୍ଜାକ୍ସନ: ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନେଣଦେଣ

ନୂଆଦିଲ୍ଳୀ: ଅକ୍ଟୋବରରେ ବୃଦ୍ଧି ପାଇଲା ୟୁପିଆଇ ନେଣଦେଣ। ଦେଶରେ ଅକ୍ଟୋବର ମାସରେ ୟୁପିଆଇରେ ନେଣଦେଣ ୮.୫ ପ୍ରତିଶତ ବୃଦ୍ଧି ପାଇଛି। ଏନପିସିଆଇର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ୟୁପିଆଇ ଟ୍ରାଞ୍ଜାକ୍ସନ ୧୧.୧୬ ଲକ୍ଷ କୋଟି ରହିଥିଲା ଯାହା ଅକ୍ଟୋବରରେ ବଢ଼ି ୧୨.୧୧ ଲକ୍ଷ କୋଟିରେ ପହଞ୍ଚିଛି। ସେହିପରି ୟୁପିଆଇ ଟ୍ରାଞ୍ଜାକ୍ସନ ସଂଖ୍ୟା ମଧ୍ୟ ବଢ଼ିଛି। ସେପ୍ଟେମ୍ବର ୟୁପିଆଇ ଟ୍ରାଞ୍ଜାକ୍ସନ ସଂଖ୍ୟା ୬୭୮ କୋଟି ରହିଥିବାବେଳେ ଏହା ଅକ୍ଟୋବରରେ ୭୩୦ କୋଟିକୁ ବୃଦ୍ଧି ପାଇଛି।

ଇମିଡିଏଟ୍ ପେମେଣ୍ଟ ସର୍ଭିସ୍(ଆଇଏମପିଏସ) ଟ୍ରାନ୍ଜାକ୍ସନ ମଧ୍ୟ ଅକ୍ଟୋବରରେ ବୃଦ୍ଧି ପାଇଛି। ଅକ୍ଟୋବରରେ ୪୮.୨୫ କୋଟି ଥର ଟ୍ରାଞ୍ଜାକ୍ସନ ହୋଇଥିବାବେଳେ ୪.୬୬ ଲକ୍ଷ କୋଟି ମୂଲ୍ୟର ନେଣଦେଣ ହୋଇଛି। ଯାହାକି ସେପ୍ଟେମ୍ବର ତୁଳନାରେ ୪.୩ ପ୍ରତିଶତ ଅଧିକ। ସେହିପରି ଅକ୍ଟୋବର ମାସରେ ଫାଷ୍ଟ୍ୟାଗ୍ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ୨୮.୩ ଟ୍ରାଞ୍ଜାକ୍ସନ ହୋଇଥିଲା। ଯାହାକି ୯.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ସହ ୪,୪୫୧.୮୭ କୋଟିର ନେଣଦେଣ ହୋଇଛି।

Related Articles

Back to top button