ଅକ୍ଟୋବରରେ ଜିଏସଟି ସଂଗ୍ରହ ହୋଇଛି ୧.୫ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା କର (ଜିଏସଟି) ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କା ପାର ହୋଇଯାଇଛି। କେବଳ ଅକ୍ଟୋବର ମାସରେ ୧,୫୧,୭୧୮କୋଟି ଟଙ୍କା ସଂଗ୍ରହ ହୋଇଛି। ଏହା ଏପର୍ଯ୍ୟନ୍ତର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ ବୋଲି କୁହାଯାଇଛି। ଏହା ପୂର୍ବରୁ ଏପ୍ରିଲ ୨୦୨୨ରେ ସବୁଠୁ ଅଧିକ ଜିଏସଟି ସଂଗ୍ରହ ହୋଇଥିବାର ରେକର୍ଡ ରହିଛି। ତେବେ ଅକ୍ଟୋବରରେ ୧୬.୬ ପ୍ରତିଶତ ବୃଦ୍ଧି ହୋଇ ୧.୫୨ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଲଗାତାର ଅଷ୍ଟମ ଥର ଜିଏସଟି କଲେକ୍ସନ ୧.୪ ଲକ୍ଷ କୋଟି ଟଙ୍କା ପାର କରିଛି। ଯାହା ସରକାରଙ୍କ ଲାଗି ବାସ୍ତବିକ ଆଶ୍ୱସ୍ତିକର। ଅକ୍ଟୋବରରେ ସଂଗୃହୀତ ମୋଟ ଜିଏସଟିରୁ ୨୬,୦୩୯କୋଟି ଟଙ୍କା ସିଜିଏସଟି ବାବଦକୁ ଆଦାୟ ହୋଇଥିବା ବେଳେ ଏସଜିଏସଟିର ଯୋଗଦାନ ୩୩,୩୯୬ କୋଟି ଟଙ୍କା ହୋଇଥିବା ବେଳେ ଆଇଜିଏସଟି ୮୧,୭୭୮ କୋଟି ଟଙ୍କା ଆଦାୟ ହୋଇଛି। ଏଥିରେ ଇମ୍ପୋର୍ଟ ଗୁଡସ ବାବଦେ ୩୭,୨୯୭ କୋଟି ଟଙ୍କା ମିଳିଥିବା ବେଳେ ୧୦,୫୦୫ ସେସ୍ ବାବଦକୁ ଆଦାୟ ହୋଇଛି।

ଦେଶରେ ସାମଗ୍ରୀ ଓ ସେବାକର ଲାଗୁ ହେବା ପରଠାରୁ ରାଜକୋଷକୁ ପ୍ରତି ମାସରେ ବେଶ ମୋଟା ରକମର ଶୁଳ୍କ ଆମଦାନୀ ହେଉଛି। ଜିଏସଟି ରାଜସ୍ୱ ବଢିବାର ମାନେ ଅର୍ଥ ବ୍ୟବସ୍ଥା ପୁଣି ରାସ୍ତାକୁ ଆସୁଥିବାର ସଂକେତ ଦେଉଛି। ଏଥିରେ ସେପ୍ଟେମ୍ବର ୨୦୨୨ରେ ୮.୩ କୋଟି ଟଙ୍କାର ଇ-ୱେବିଲ ଜେନେରେଟ ହୋଇଥିଲା। ଯାହା ଅଗଷ୍ଟ ମାସରେ ୭.୭ କୋଟି ଟଙ୍କା ଥିଲା। ଦେଶର ଜିଏସଟି କଲେକ୍ସନରେ ଏହା ଆଶ୍ୱସ୍ତିକର ଖବର ନିଶ୍ଚିତ।

Related Articles

Back to top button