ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ, ଶ୍ରୀ ରାଧା ପାଦ ଦର୍ଶନ ପାଇଁ ଲମ୍ବା ଧାଡ଼ି

ସାକ୍ଷୀଗୋପାଳ: ୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର । ମାଆ ରାଧାଙ୍କ ପାଦଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଝଟକୁଥିବା ଅଳଙ୍କାର ଭକ୍ତଙ୍କ ମନ ମୋହୁଛି ।

ରାତି ଗୋଟାଏରୁ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତୀ, ବେଶ, ମୈଲମ, ମର୍ଦନ, ଅବକାଶ, ନଟବର ବେଶ, ବଲ୍ଲଭ ସକାଳ ଧୂପ, ବାଳ ଧୂପ, ପରେ ମନ୍ଦିର କର୍ମଚାରୀ ଓ ସେବାୟତଙ୍କ ଦର୍ଶନ ପରେ ସକାଳ ୬ ଟା ରେ ସାହାଣମେଲା କରାଯାଇଥିଲା । ବ୍ୟାରିକେଡ ଭିତରେ ଧାଡିରେ ଯାଇ ଶ୍ରୀରାଧା ପାଦଦର୍ଶନ କରୁଛନ୍ତି ଭକ୍ତ । ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି ମନ୍ଦିର ଚତୁର୍ପାଶ୍ୱ । କିନ୍ତୁ ପାଦସ୍ପର୍ଶ ନେଇ ଭକ୍ତଙ୍କୁ ବାରଣ କରାଯାଇଥିବାରୁ ଭକ୍ତମାନେ ଦୁଃଖ ପ୍ରକାଶ କରିଛନ୍ତି ।

ବର୍ଷ କୁ ଥରେ ଶ୍ରୀ ରାଧା ପାଦ ଛୁଇଁବାର ସୁଯୋଗ ମିଳେ । ହେଲେ ୨୦୧୯ ପରେ କରୋନା କଟକଣା ପାଇଁ ଏଥିପାଇଁ ବାରଣ ରହିଛି । ତଥାପି ଶ୍ରୀରାଧାଙ୍କ ମନଲୋଭା ପ୍ରତିମା ଦେଖି ଭକ୍ତ ବିଭୋର ହୋଇଛନ୍ତି ।

Related Articles

Back to top button