ସ୍କୁଲ ପିଲାଙ୍କ ଓଡ଼ିଶୀ ନୃତ୍ୟ ଦେଖି ଆତ୍ମବିଭୋର ହେଲା ନିଉଜିଲାଣ୍ଡ ହକି ଟିମ

ଭୁବନେଶ୍ବର: ଆଜି ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ନିଉଜିଲାଣ୍ଡ ହକି ଟିମ ଆସି ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ହେବା ସହିତ ପାରମ୍ପରିକ ନୃତ୍ୟ ଗୀତ ପରିବେଷିତ ହୋଇଥିଲା। ନିଉଜିଲାଣ୍ଡ ହକି ଦଳର ସମସ୍ତ ଖେଳାଳି ବିଦ୍ୟାଳୟରେ କିଛି ସମୟ ଉପସ୍ଥିତ ରହି ଶିକ୍ଷକ ଓ ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ଭାରତ ନାଟ୍ୟମ,ଓଡ଼ିଶୀ ଓ କଥକ ନୃତ୍ୟର ଭରପୁର ଆନନ୍ଦ ନେଇଥିଲେ।

ଖେଳାଳି ମାନଙ୍କ ଉପସ୍ଥିତି ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଏକ ନିଆରା ଅନୁଭଵ ଥିଲା। ଏହି ଅବସରରେ ନୃତ୍ୟ ପରିବେଷଣ କରିଥିଲେ ଡିଏଭି ସ୍କୁଲର ନୃତ୍ୟ ଗୁରୁ ଅରୁଣ ସାର, ଛାତ୍ରୀ ସୃଷ୍ଠି, ତନିଶା ତନୁଶ୍ରୀ ଓ ସ୍ବସ୍ତିଦିପା।

ଏଭଳି ଏକ ଭବ୍ୟ ଆୟୋଜନ ପିଲାମାନଙ୍କର ଖେଳ ପ୍ରତି ଆଗ୍ରହ ଓ ମନୋବଳ ବୃଦ୍ଧି କରିବାରେ ବେଶ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ୟୁନିଟ-୮ ଡ଼ିଏଭି ସ୍କୁଲର ପ୍ରିନ୍ସିପାଲ ଶ୍ରୀମତୀ ଇପ୍ସିତା ଦାସ।

Related Articles

Back to top button