ଟି-୨୦ ବିଶ୍ଵ କପ୍‌ରେ ବିରାଟ କୋହଲି ହେଲେ ସର୍ବାଧିକ ରନ ହାସଲକାରୀ ବ୍ୟାଟର

ଆଡିଲେଡ୍: ଭାରତୀୟ ଦଳର ଷ୍ଟାର ବୋଲର ବିରାଟ କୋହଲି ଟି-୨୦ ବିଶ୍ଵ କପ୍‌ରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମୋହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ମୁକାବିଲାରେ ୧୬ ରନ କରିବା ମାତ୍ରେ ସେ ଟୁର୍ଣ୍ଣାମେଣ୍ଟର ସର୍ବକାଳୀନ ଶୀର୍ଷ ରନହାସଲକାରୀ ବ୍ୟାଟର ହେବାର ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ ବିରାଟ କୋହଲି ୪୪ ବଲ୍‌ରୁ ଆଠ ଚୌକା ଏବଂ ଗୋଟିଏ ଛକା ସହ ୬୪ ରନ କରି ଅପରାଜିତ ଥିଲେ।

ଆଜିର ରନକୁ ମିଶାଇ ବିରାଟ କୋହଲିଙ୍କ ନାମରେ ଟି-୨୦ ବିଶ୍ଵ କପ୍‌ରେ ୧୦୬୫ରୁ ଅଧିକ ରନ ହୋଇଛି। ଅଧିନାୟକ ରୋହିତ ଶର୍ମା ମୋଟ୍ ୯୨୧ ରନ କରିଛନ୍ତି। ଆଇସିସି ବିଶ୍ଵ କପ୍‌ରେ ସର୍ବାଧିକ ରନ ମାମଲାରେ କୋହଲି ଏବଂ ରୋହିତ କ୍ରମଶଃ ପ୍ରଥମ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ଦ୍ଵିତୀୟରେ ଅଛନ୍ତି ଶ୍ରୀଲଙ୍କାର ମହାନ ବ୍ୟାଟର ମୋହେଲା ଜୟବର୍ଦ୍ଧନେ। ସେ ୩୧ଟି ମ୍ୟାଚ୍‌ରେ ୩୯.୦୭ ହାରରେ ୧୦୧୬ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ଛଅ ଅର୍ଦ୍ଧଶତକ ସାମିଲ୍। ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ୧୦୦ ରହିଛି।ସେ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ।

ଏହି ମ୍ୟାଚ୍ ପୂର୍ବରୁ କୋହଲି ଟି-୨୦ ବିଶ୍ଵ କପ୍‌ରେ ୨୨ଟି ଇନିଂସରୁ ୮୩.୪୧ ହାରରେ ୧୦୦୧ ରନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୮୯ ରନ ରହିଛି। ଏଥିରେ ୧୨ ଅର୍ଦ୍ଧଶତକ ସାମିଲ୍।

Related Articles

Back to top button