ଅଜୟଙ୍କ ‘ଭୋଲା’ ଫିଲ୍ମରେ ନଜର ଆସିବେ ସାଉଥ୍ ଅଭିନେତ୍ରୀ ଅମାଲା ପାଲ, ୨୦୨୩ରେ ରିଲିଜ୍‌ ହେବ

ମୁମ୍ଵାଇ: ବହୁତ ବିବାଦ ପରେ ଶେଷରେ ରିଲିଜ୍ ହୋଇଥିଲା ଅଜୟ ଦେବଗନଙ୍କ ଫିଲ୍ମ ‘ଥାଙ୍କ ଗଡ୍‌। ହେଲେ ବକ୍ସ ଅଫିସରେ ତାହା ବି ଫ୍ଲପ୍ ହୋଇଥିଲା। ୨୫ ଅକ୍ଟୋବର ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଇନ୍ଦ୍ର କୁମାର। ଏହି ସମୟରେ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୋଲା’ର ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଅଜୟ ଦେବଗାନଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ମଧ୍ୟ ଅଭିନୟ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଫିଲ୍ମରେ ଆଉ ଜଣେ ଅଭିନେତ୍ରୀ ଏଣ୍ଟି କରିବେ। ଅଜୟଙ୍କ ଫିଲ୍ମ ‘ଭୋଲା’ର ସୁଟିଂ ମୁମ୍ବାଇରେ ଚାଲିଛି।

ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ ସାଉଥ୍ ଅଭିନେତ୍ରୀ ଅମାଲା ପାଲ ନଜର ଆସିବେ। ଫିଲ୍ମରେ ତାଙ୍କର ଏକ ବିଶେଷ ଭୂମିକା ରହିବ। ଫିଲ୍ମ ସୁଟିଂର ପରବର୍ତ୍ତୀ କାର୍ଯ୍ୟସୂଚୀରେ ଅମାଲା ଯୋଗଦେବେ। ଉଲ୍ଲେଖନୀୟ କଥା ହେଉଛି, ଅଜୟ ଦେବଗାନ୍ କହିଥିଲେ ଯେ ତାଙ୍କ ଚଳଚ୍ଚିତ୍ର ଭୋଲା ୩୦ ମାର୍ଚ୍ଚ ୨୦୨୩ରେ ରିଲିଜ୍‌ ହେବ। ଏହା ତାମିଲ ଫିଲ୍ମରର ରିମେକ୍ ଅଟେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଦେବଗନ୍।

Related Articles

Back to top button