ଜନ୍ମ ଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଶାହାରୁଖ: ରିଲିଜ୍‌ ହେଲା ‘ପଠାନ’ର ଟିଜର

ମୁମ୍ଵାଇ: ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ  ଆଜି  ତାଙ୍କର ୫୭ତମ ଜନ୍ମ ଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ  ରିଲିଜ୍‌ ହୋଇଛି ପଠାନ୍‌ର ଟିଜର । ଫିଲ୍ମ ପଠାନର ଟିଜର ଦେଖିବା ପରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛନ୍ତି। ଯାହା ପରେ ସୋସିଆଲ ମିଡିଆରେ ପଠାନ୍‌କୁ ନେଇ  ଟ୍ରେଣ୍ଡ ଆରମ୍ଭ ହୋଇଛି ।

ଫିଲ୍ମ ‘ପଠାନ୍‌’ର ଟିଜରରେ ଶାହାରୁଖ ଖାନଙ୍କ ଆକ୍ସନ୍ ଅବତାର ଦେଉଥିବା ବେଳେ ଜନ୍ ଅବ୍ରହାମ ମଧ୍ୟରେ ଧମାଲ୍‌ କରୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଦୀପିକା ବି ତାଙ୍କର ଗ୍ଲାମର୍ସ ଲୁକ୍‌ରେ ନଜର ଆସିଛନ୍ତି।ଫିଲ୍ମ ‘ପଠାନ’ ୨୫ ଜାନୁୟାରୀ ୨୦୨୩ରେ ରିଲିଜ୍‌ ହେବାକୁ ଯାଉଛି। ଶାହରୁଖ ଏବଂ ଦୀପିକା ପାଦୁକୋନ ‘ଓମ୍ ଶାନ୍ତି ଓମ’, ‘ଚେନ୍ନାଇ ଏକ୍ସପ୍ରେସ’ ଏବଂ ‘ହାପି ନ୍ୟୁ ଇୟର’ ଶୁଭେଚ୍ଛା’ କାମ କରିଛନ୍ତି।ଏବେ ପୁଣିଥରେ ପରଦାରେ ଶାହାରୁଖ ଏବଂ ଦୀପିକାଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ ଅଛନ୍ତି।

ଶାହରୁଖ ଖାନଙ୍କ ଫିଲ୍ମ  ‘ଚେନ୍ନାଇ ଏକ୍ସପ୍ରେସ’ ଶେଷ ବ୍ଲକବଷ୍ଟର ଚଳଚ୍ଚିତ୍ର ଥିଲା । ଆଗାମୀ ସମୟରେ ଶାହରୁଖ ଫିଲ୍ମ ‘ଜୱାନ’ରେ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରର ସୁଟିଂ ଏବେ ମଧ୍ୟ ଜାରି ରହିଛି। ଏହା ବ୍ୟତୀତ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଡଙ୍କି’ରେ ମଧ୍ୟ କାମ କରୁଛନ୍ତି। ପ୍ରଥମ ଥର ପାଇଁ ସେ ତାପସୀ ପନ୍ନୁ ସହ  ‘ଡଙ୍କି’ରେ ସ୍କ୍ରିନ୍ ସେୟାର କରିବେ।

Related Articles

Back to top button