ବସ୍ତି ପୁନର୍ବାସ ଯୋଜନାରେ ୩,୦୨୪ ନୂଆ ଘର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଗରିବଙ୍କ ଥଇଥାନ ପାଇଁ ବସ୍ତି ପୁନର୍ବାସ ଯୋଜନାରେ ୩,୦୨୪ ନବ ନିର୍ମିତ ଫ୍ଲାଟ୍‌କୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଆୟୋଜିତ ଏକ କାର୍ଯ୍ୟରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଗରିବମାନଙ୍କୁ ଗୃହର ଚାବି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକାଧିକ ଉପଭୋକ୍ତା ଯୋଗ ଦେଇ ମୋଦୀଙ୍କ ଠାରୁ ଗୃହ ଚାବି ନେଇଛନ୍ତି। ଏହା ସେମାନଙ୍କୁ ସୁରକ୍ଷା ଦେବା ସହିତ ଘରର ମାଲିକାନା ବି ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଦିଲ୍ଲୀରେ ସମସ୍ତଙ୍କୁ ପାଇଁ ଘର ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଘୋଷଣା କ୍ରମେ ବସ୍ତି ପୁନର୍ବାସ ଯୋଜନା କାର୍ଯ୍ୟକାରି ହେଉଛି। ଏହି ଯୋଜନାରେ ଦିଲ୍ଲୀ ଡେଭଲପ୍‌ମେଣ୍ଟ ଅଥୋରିଟି(DDA) ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଏହି ଯୋଜନାରେ ଦିଲ୍ଲୀରେ ବସ୍ତି ନୂଆ ଫ୍ଲାଟ୍ ନିର୍ମାଣ କରି ଗୃହର ବଣ୍ଟନ କରାଯାଉଛି।  ଆଜି ଗରିବ ଲୋକମାନଙ୍କୁ ଗୃହବଣ୍ଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନା, କେନ୍ଦ୍ର ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରୀ ହର୍ଷଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ।

Related Articles

Back to top button