ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ

ଭୁବନେଶ୍ବର :  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ବୁଧବାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଅଧିକ ମାରକ ଉଚ୍ଚତା ପରିଧି ସହିତ ଏହି ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ଭୌଗଳିକ ସ୍ଥାନରେ ରହିଥିବା ସବୁ ବିଏମଡି ଅସ୍ତ୍ର ପ୍ରଣାଳୀ ଉପକରଣକୁ ସାମିଲ କରାଯାଇ ଏହି ଫ୍ଲାଇଟ୍‌ ଟେଷ୍ଟ ସମ୍ପାଦନ କରାଯାଇଥିଲା ।

ଏଡି-୧ ହେଉଛି ଏକ ଦୀର୍ଘ ଦୂରଗାମୀ ଇଣ୍ଟରସେପ୍ଟର ବା ପ୍ରତିରୋଧୀ କ୍ଷେପଣାସ୍ତ୍ର । ଏହାକୁ ଉଭୟ ନିମ୍ନ ବାହ୍ୟ ବାୟୁମଣ୍ଡଳୀୟ (ଏକ୍ସୋ-ଏଟମୋସଫିୟରିକ) ଏବଂ ଆଭ୍ୟନ୍ତରୀଣ (ଏଣ୍ଡୋ-ଏଟମୋସଫିୟରିକ) ଇଣ୍ଟରସେପ୍ସନ ବା ପ୍ରତିରୋଧ ପାଇଁ ଡିଜାଇନ କରାଯାଇଛି। ଏହା ଦୀର୍ଘ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହିତ ବିମାନର ଇଣ୍ଟରସେପ୍ସନ ବା ବିଧ୍ବଂସ କରିବାକୁ ସକ୍ଷମ। ଏହି ପ୍ରଣାଳୀ ଦୁଇଟି-ପର୍ଯ୍ୟାୟ ବିଶିଷ୍ଟ ଦୃଢ଼ ମୋଟର ଦ୍ବାରା ପରିଚାଳିତ ହୋଇଥାଏ। ବାହନକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପର୍ଯ୍ୟନ୍ତ ସଠିକ ଭାବେ ମାର୍ଗଦର୍ଶନ କରିବା ଲାଗି ଏଥିରେ ସ୍ବଦେଶୀ ଭାବେ ବିକଶିତ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ନାଭିଗେସନ ବା ଦିଗ ନିର୍ଣ୍ଣୟ ବ୍ୟବସ୍ଥା ଏବଂ ମାର୍ଗଦର୍ଶୀ ଆଲଗୋରିଦିମ ଏଥିରେ ଖଞ୍ଜା ଯାଇଛି ।

Related Articles

Back to top button