ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ନାମ ପରିବର୍ତ୍ତନ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ମହାରାଷ୍ଟ୍ର ହାଇକୋର୍ଟଭାବେ ନାମକରଣ କରାଯିବାକୁ ଏକ ପିଟିଶନ ଦାଖଲ କରାଯାଇଥିଲା। ବିଚାରପତି ଅନିରୁଦ୍ଧ ବୋଷ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଗୁରୁବାର ଏହାକୁ ଖାରଜ କରିଛନ୍ତି।

ଭିପି ପାଟିଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ପିଟିଶନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ଏହାର ନିଷ୍ପତ୍ତି ସଂସଦରେ ଗ୍ରହଣ କରାଯିବା ଆବଶ୍ୟକ। ଖଣ୍ଡପୀଠ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ହସ୍ତକ୍ଷେପ କରିପାରିବେ ନାହିଁ।

ସମ୍ବିଧାନର ଅନୁଚ୍ଛେଦ ୩୨ ଅନ୍ତର୍ଗତ ଦାଖଲ ହୋଇଥିବା ଏହି ମାମଲାରେ ଖଣ୍ଡପୀଠ ଆବେଦନକାରୀଙ୍କୁ କେଉଁ ମୌଳିକ ଅଧିକାର ଅନୁସାରେ ସେ ଏଭଳି କରିଛନ୍ତି ତାହା ପ୍ରଶ୍ନ କରିଥିଲେ। ଆବେଦନକାରୀ ଏସମ୍ପର୍କରେ ସଂସଦରେ ଏହାକୁ ଉପସ୍ଥାପନ କରିବାକୁ ସ୍ବତନ୍ତ୍ରତା ଦେବାକୁ ଅନୁରୋଧ କରିଥିଲେ। ତେବେ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଥିଲେ।

Related Articles

Back to top button