ଅମିତାଭ ବଚ୍ଚନଙ୍କୁ ମିଳିଲା ଏକ୍ସ କ୍ୟାଟେଗରୀ ସିକ୍ୟୁରିଟି

ମୁମ୍ବାଇ : ବଲିଓଡ ତାରକା ସଲଖାନ୍‌ଙ୍କ ପରେ ଅମିତାଭ ବଚ୍ଚନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ। ବିଗ୍‌ ବିଙ୍କୁ ମିଳିଲା ଏକ୍ସ ଶ୍ରେଣୀର ସୁରକ୍ଷା । ବଡ଼ ବଡ଼ ସେଲିବ୍ରିଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ସରକାର ଏବଂ ରାଜ୍ୟ ସରକାର ସୁରକ୍ଷା ବଢ଼ାଉଛନ୍ତି ।

ସଲମାନ ଖାନଙ୍କୁ ଓ୍ଵାଇ ପ୍ଲାସ୍‌ କାଟେଗୋରୀର ସୁରକ୍ଷା ଦିଆଯାଇଥିବା ବେଳେ ଏବେ ବଲିଉଡ୍‌ର ଶେହନଶାହ ଅମିତାଭ ବଚ୍ଚନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବଡ଼ ବଡ଼ ଅଭିନେତାଙ୍କୁ କୌଣସି ନା କୌଣସି ପ୍ରକାରର ଧମକ ମିଳୁଛି। ଏହି କାରଣରୁ ସେମାନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଉଛି। ଏହାପୂର୍ବରୁ ମୁମ୍ବାଇ ପୁଲିସ ଅମିତାଭ ବଚ୍ଚନଙ୍କୁ ସୁରକ୍ଷା ଦେଉଥିଲା।

ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ସୁରକ୍ଷା ଦାୟିତ୍ବରେ ତିନିଜଣ ପୁଲିସ ଭିନ୍ନ ଭିନ୍ନ ସିଫ୍ଟରେ ରହିବେ। ଅକ୍ଷୟ କୁମାର ଏବଂ ଅନୁପମ ଖେରଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହା କରାଯାଇଛି। ଅନୁପମ ଖେର ଏବଂ ଅକ୍ଷୟ କୁମାରଙ୍କୁ ଏକ୍ସ ବର୍ଗର ସୁରକ୍ଷା ଦିଆଯାଇଛି।

Related Articles

Back to top button