ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଲା

ମସ୍କୋ: ପୁଣି ଥରେ ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଗଲା । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅସୁସ୍ଥ ହୋଇପଡ଼ିଛନ୍ତି । ପୂର୍ବରୁ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା ।

ବ୍ରିଟିଶ୍‌ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନ୍‌ଙ୍କ ହାତରେ ଅଜବ ଚିହ୍ନ ରହିଛି। ଏଥିସହ ତାଙ୍କ ହାତର ରଙ୍ଗ କଳା ପଡିଯାଇଛି।

ପୁଟିନ୍‌ଙ୍କର ଏକ ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ପୁଟିନ ରୋଗୀଣା ଦେଖାଯିବା ସହ ତାଙ୍କ ହାତରେ ଏକ ଅଜବ ପ୍ରକାରର କଳା ଚିହ୍ନ ଦେଖିବା ପାଇଁ ମିଳୁଛି । ଶିରା ଭିତରେ  ବାରମ୍ବାର ଇଞ୍ଜେକସନ୍ ନେବାରୁ ପୁଟିନଙ୍କ ଶରୀରରେ ଏଭଳି ଚିହ୍ନ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ତେବେ ହାଉସ୍ ଅଫ୍ ଲର୍ଡସର ସଦସ୍ୟ ରିଚାର୍ଡ ଡାନାଟ୍ ‘ସ୍କାଏ ନ୍ୟୁଜ’ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ପୁଟିନଙ୍କ ଏହି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଇଚଇ ଆରମ୍ଭ ହୋଇଛି। ରୁଷ୍‌ ରାଷ୍ଟ୍ରପତି ପୂରା ସୁସ୍ଥ ଅଛନ୍ତି କି ନାହିଁ ସେ ସମ୍ପର୍କରେ ଏକ ରିପୋର୍ଟ ସର୍ବସାଧାରଣ କରାଯିବା ଉଚିତ।

ସେ ଆହୁରି କହିଛନ୍ତି ଯେ ଯେତେବେଳେ ଶରୀରର ଅନ୍ୟ ଅଙ୍ଗରେ ଇଞ୍ଜେକ୍ସନ୍ ଦିଆଯାଇ ପାରିବ ନାହିଁ ସେତେବେଳେ ହାତରେ ଇଞ୍ଜେକ୍ସନ ନେଲେ ଏ ପ୍ରକାରର ଚିହ୍ନ ସୃଷ୍ଟି ହୋଇଥାଏ। ଏହା ହେଉଛି ଜଣେ ବ୍ୟକ୍ତି ଅସୁସ୍ଥ ଥିବାର ସଙ୍କେତ।

Related Articles

Back to top button