ଗରିବ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ ବାଣ୍ଟିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉ। ଏପରି ଏକ ଆବେଦନ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଗରିବ ଶ୍ରେଣୀରୁ ଆସୁଥିବା ୧୧ ରୁ ୧୮ ବର୍ଷ ବୟସର କିଶୋର ବାଳିକାମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ସାନିଟାରୀ ପ୍ୟାଡ ମାଗଣାରେ ଯୋଗାଇ ଦେବା ଦରକାର।

ଆବେଦନକାରୀ କହିଛନ୍ତି, ଏମାନେ ହେଉଛନ୍ତି କିଶୋରୀ ବାଳିକା, ଯେଉଁମାନେ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ସେମାନଙ୍କୁ ତାଙ୍କ ବାପା ମାଆ କୁହନ୍ତି ନାହିଁ କିମ୍ବା ସେମାନେ ଏହା ବିଷୟରେ ଅବଗତ ନୁହଁନ୍ତି। ଆର୍ଥିକ ପରିସ୍ଥିତି ଏବଂ ଶିକ୍ଷାର ଅଭାବ ହେତୁ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସଂପୃକ୍ତ କିଶୋରୀଙ୍କ ସ୍ୱାସ୍ଥ୍ୟ ଗୁରୁତର ପ୍ରଭାବ ପଡିଥାଏ। ତେଣୁ ଅନେକ କିଶୋରୀ ସ୍କୁଲ ଆସିବାରେ ସମସ୍ୟା ଦେଖାଦିଏ।

ଆବେଦନକାରୀ ଦର୍ଶାଯାଇଛନ୍ତି ଯେ ଭାରତରେ ସ୍ୱାସ୍ଥ୍ୟ ବାବଦରେ ରାଜ୍ୟ ସରକାର ନୀତି ନିର୍ଦ୍ଦାରଣ କରନ୍ତି। ତେଣୁ ଆବେଦନ ଅନୁଯାୟୀ ଯଦି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବେ ତାହେଲେ କିଶୋର ଅବସ୍ଥାରେ ଥିବା ବେଳେ ଅନେକ ଝିଅଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିପାରନ୍ତା।

Related Articles

Back to top button