ବାଲିଯାତ୍ରାରେ ଗିନିଜ ବୁକ ଅଫ ରେକର୍ଡ ପାଇଁ ଲକ୍ଷ୍ୟ, ୧୫ ମିନିଟରେ ନିର୍ମାଣ ହେବ ଦଶ ହଜାର କାଗଜ ଡଙ୍ଗା

କଟକ: ଚଳିତ ବର୍ଷ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ କରିବାକୁ ଯାଉଛି ପ୍ରଶାସନ । ବାଲିଯାତ୍ରା ସମୟରେ ୧୫ ମିନିଟରେ ଦଶ ହଜାର କାଗଜ ଡଙ୍ଗା ନିର୍ମାଣ କରି କଟକକୁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛି ସିଏମସି । ସେଥିପାଇଁ ଆଜି ସିଏମସିର ସମସ୍ତ କର୍ପୋରେଟର ମାନଙ୍କୁ ତାଲିମ ଦିଆଯାଇଛି । ତେବେ ଏହି ଉଦ୍ୟମକୁ ସମସ୍ତେ ସ୍ୱାଗତ କରିଛନ୍ତି ।

ବାଲିଯାତ୍ରାରେ ଡଙ୍ଗା ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ସିଏମସି । ଆଜି ସେଥିପାଇଁ ସିଏମସିର କର୍ପୋରେଟର ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ପନ୍ଦର ମିନିଟରେ ଦଶ ହଜାର ଡଙ୍ଗା ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡ ପାଇଁ ଏହି ପ୍ରୟାସ କରାଯିବ ।

ଏହି ଡଙ୍ଗା ନିର୍ମାଣରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବା ସହ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି ମେୟର । ସେବେ ସିଏମସି ଗ୍ରହଣ କରିଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସବୁ ଦଳର କର୍ପୋରେଟର । ଆସନ୍ତା ୧୨ତାରିଖରେ ବାରବାଟୀ ଷ୍ଟାଡିୟମରେ ନିର୍ମାଣ ହେବ ଡଙ୍ଗା। ସେଥିପାଇଁ ସବ ବର୍ଗର ଲୋକ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।ତେବେ ଏହା ଦ୍ୱାରା ଆମ କଟକ ତଥା ରାଜ୍ୟ ବିଶ୍ୱଦରବାରରେ ଅଧିକ ପରିଚିତି ଲାଭ କରିବ ବୋଲି କହିଛନ୍ତି କର୍ପୋରେଟର ।

Related Articles

Back to top button