ଦୁଷ୍କର୍ମ ଅଭିଯୋଗରେ କ୍ରିକେଟର ଦନୁଷ୍କା ଗିରଫ ହେଲେ

ସିଡନୀ: ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଦନୁଷ୍କା ଗୁଣଥାଲିକା ଦୁଷ୍କର୍ମ ଅଭିଯୋଗରେ ସିଡନୀ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଦି ଅଷ୍ଟ୍ରେଲିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ ତାଙ୍କ ଉପରେ ୪ଟି ଅଭିଯୋଗ ଲଗାଯାଇଛି । ଜଣେ ୨୦ ବର୍ଷୀୟା ମହିଳା ବିନା ଅନୁମତିରେ ସେ ଦୁଷ୍କର୍ମ କରିଥିବା ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏକ ଡେଟିଂ ଆପ ମାଧ୍ୟମରେ ଉକ୍ତ ମହିଳାଙ୍କ ସହ ଦନୁଷ୍କା ପରିଚିତ ହୋଇଥିଲେ । ଶନିବାର ଇଂଲଣ୍ଡଠାରୁ ହାରିବା ପରେ ଟି୨୦ ବିଶ୍ୱକପରେ ଶ୍ରୀଲଙ୍କାର ଅଭିଯାନ ଶେଷ ହୋଇଛି ।

ମ୍ୟାଚ ପରେ ଦନୁଷ୍କା ଗିରଫ ହୋଇଥିଲେ । ଅବଶ୍ୟ ସେ ଶ୍ରୀଲଙ୍କା ୧୫ ଜଣିଆ ଦଳରେ ସଦସ୍ୟ ନ ଥିଲେ । କ୍ୱାଲିଫାଇଂ ରାଉଣ୍ଡ ଅବସରରେ ସେ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିଲେ ମଧ୍ୟ ଦଳ ସହିତ ରହିଥିଲେ । ସମ୍ପୃକ୍ତ ଘଟଣା ନେଇ ଦନୁଷ୍କାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ ।

Related Articles

Back to top button