ଫୁଲଝରି ଖେସରା ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କଲା ବନ ବିଭାଗ
ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଫୁଲଝରି ଖେସରା ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ରବିବାର ଗାଁରେ କିଛି ଲୋକଙ୍କଠାରୁ ଖବର ପାଇ ଏହି ଘଟଣାରେ ରେଞ୍ଜର ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ପରିଚୟ ଗୟା ମିର୍ଧା, ରଞ୍ଜିତ ବେହେରା, ବବି ନାୟକ, ଘନଶ୍ୟାମ ନାୟକ। ଗିରଫ ତିନି ଜଣକୁ ବିଭାଗ ଅଧିକ ତଦନ୍ତ ପାଇଁ ଆଜ୍ଞାତ ସ୍ଥାନରେ ରଖାଯାଇଛି। ବାଘ ଛାଲ ଶୀକାରରେ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ବନ ବିଭାଗ ଜବତ କରିଛି।
ସୂଚନାଥାଉକି, ଫୁଲଝରି ଗାଁର ଶିକରୀ କଲରାପତରିଆ ବାଘ ଛାଲକୁ ବାହାର କରିନେଇ ବାକି ଅଂଶକୁ ଜଙ୍ଗଲରେ ଫିଙ୍ଗିଦେଇ ଥିଲେ। ଏନେଇ ରେଞ୍ଜର କିଛି ପ୍ରତିକ୍ରିୟା ଦେଇନାହାନ୍ତି। ଆସନ୍ତାକାଲି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବିଷୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବେ ବୋଲି ସେ କହିଛନ୍ତି। ପୂର୍ବ ସୂଚନା ଅନୁସାରେ, ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଫୁଲଝରି ଖେସରା ଜଙ୍ଗଲରେ ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦୁତତାର ସଂସ୍ପର୍ଶ ରେ ଆସି ଏକ ଅଣ୍ଡିରା ଚାରି ବର୍ଷୀୟା କଲରାପତରିୟା ବାଘ ଛୁଆର ମୃତ୍ୟୁ ବରଣ ହେଇଥିଲା