ଲାଇସେନ୍ସ ନଥିଲେ ମେଡିକାଲ ପରୀକ୍ଷା ପାଇଁ ଅଯୋଗ୍ୟ ହେବେ ଚୀନରେ ପଢ଼ୁଥିବା ଭାରତୀୟ ବିଦ୍ୟାର୍ଥୀ
ନୂଆଦିଲ୍ଲୀ: ଚୀନରେ ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ଭାରତ ସରକାର। ନଭେମ୍ବର ୨୦୨୧ ପରେ ଯେଉଁମାନେ ଚୀନରେ ମେଡିକାଲ ପାଠରେ ଯୋଗ ଦେଇଥିବେ ଓ ଚୀନରେ ଡାକ୍ତର ଭାବେ ଅଭ୍ୟାସ କରିବାକୁ ଲାଇସେନ୍ସ ପାଇ ନଥିବେ ସେମାନଙ୍କୁ ଏଫ୍ଏମ୍ଜିଇ ପାଇଁ ଅଯୋଗ୍ୟ ଘୋଷଣା କରାଯିବ। ସେମାନେ ଫରେନ୍ ମେଡିକାଲ ଗ୍ରାଜୁଏଟ୍ ଏକ୍ସାମିନେସନ ଦେଇପାରିବେ ନାହିଁ ବୋଲି ଚୀନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି।
ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଛାତ୍ରଛାତ୍ରୀମାନେ ଉକ୍ତ ସଂସ୍ଥା ଦ୍ୱାରା ପଞ୍ଜିକୃତ ହୋଇଥିବା ଦରକାର। ତା ସହିତ ନିଜ ନିଜ ବିଭାଗରେ ଉକ୍ତ ଦେଶର ଲୋକଙ୍କ ଔଷଧ ଦେବାକୁ ଲାଇସେନ୍ସ ପାଇଥିବା ଦରକାର।
Press Release on issues related to Indian Medical Studentshttps://t.co/LWKd5cIm54,,@MEAIndia @IndianDiplomacy pic.twitter.com/jEZWoFawKY
— India in China (@EOIBeijing) November 7, 2022
ତେବେ ଯେଉଁ ଛାତ୍ରାଛାତ୍ରୀମାନେ ମେଡିସିନ ପ୍ରାକ୍ଟିସ୍ ପାଇଁ ଲାଇସେନ୍ସ ପାଇ ନଥିବେ ସେମାନେ ଚୀନର ହସପିଟାଲ୍ରେ ଆସିଷ୍ଟାଣ୍ଟ ଡାକ୍ତର ଭାବରେ ମେଡିସିନ ପ୍ରାକ୍ଟିସ କରିପାରେବି କି ନାହିଁ। ସେ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛି ଦୂତାବାସ।
ଏନେଇ ଦୂତାବାସ ପକ୍ଷରୁ କୁହାଯାଇଛି “ ଚୀନରେ ଏଭଳି ବିକଳ୍ପ ଅଛି କି ନାହିଁ ତାହା ଜାଣିବା ପାଇଁ ଚୀନର ବିଭାଗୀୟ ଅଧିକାରୀଙ୍କୁ ସୂଚନା ପାଇଁ କୁହାଯାଇଛି। ସୂଚନା ଆସିଲେ ଦୂତାବାସର ସୋସିଆଲ୍ ମିଡିଆ ଏ ବିଷୟରେ ଅବଗତ କରାଯିବ। ”
ଅଫିସିଆଲ ହିସାବ ଅନୁସାରେ, ବର୍ତ୍ତମାନ ୨୩ ହଜାର ଭାରତୀୟ ଛାତ୍ର ଚୀନରେ ପାଠ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ପାଠ ପଢ଼ୁଥିବା ସୂଚନା ମିଳିଛି। ଦୁଇ ବର୍ଷର କୋଭିଡ୍ କଟକଣା ପରେ ଚୀନ ଏବେ ଧୀରେ ଧୀରେ ଭିସା ଜାରି କରୁଛି। ନିର୍ଦ୍ଦିଷ୍ଟ ଛାତ୍ରାଛାତ୍ରୀଙ୍କୁ ଭିସା ଦେଉଛି ଚୀନ। ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଚୀନ ଫେରି ପାଠ ପଢ଼ିବା ଆରମ୍ଭ କରିଦେଇଛନ୍ତି ପିଟିଆଇ ସୂଚନା ଦେଇଛି।