ଏଏସଓ ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ
କଟକ: ଓପିଏସସି ଦ୍ୱାରା ଆୟୋଜିତ ହେଉଥିବା ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇଛି। ଲିଖିତ ପରୀକ୍ଷାରେ ୧୧୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ହେଲେ ଏହି ପରୀକ୍ଷା ଫଳକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୋମବାର ଏହି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପଦବୀ ପାଇଁ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା ହୋଇଛି।
ଯେଉଁମାନେ ଏହି ଲିଖିତ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଭଲ ପ୍ରଦର୍ଶନ କରିଥିଲେ ବୋଲି ଦାବି କରୁଛନ୍ତି। ହେଲେ ସେମାନଙ୍କ ଆଶା ତଳୁନାରେ ପରୀକ୍ଷାଫଳ ହୋଇନି ବୋଲି ଦାବି କରିଛନ୍ତି।ଏହାପରେ ଓପିଏସସି ଦ୍ବାରା ହୋଇଥିବା ଏହି ପରୀକ୍ଷାର ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାପରେ ପରୀକ୍ଷା ଫଳାଫଳକୁ ସାର୍ବଜନୀନ କରିବାକୁ ଓପିଏସସିକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏପରିକି ପରୀକ୍ଷାର୍ଥୀ କହିଛନ୍ତି, ପରୀକ୍ଷାରେ ପଡିଥିବା ପ୍ରଶ୍ନରେ ତ୍ରୁଟି ରହିଛି। ଗୋଟିଏ ପ୍ରଶ୍ନ ଦୁଇଥର ଆସିଛି।ତେଣୁ କଟ୍ ଅପ୍ ଏବଂ ଉତ୍ତର ଖାତାକୁ ଡିଜିଟାଲ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିବାକୁ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନଭେମ୍ବର ୧୪ରୁ ୧୮ ଭିତରେ ପ୍ରମାଣପତ୍ର ଯାଞ୍ଚ କରାଯିବ। ୨୭ ରେ ଯୋଗ୍ୟପ୍ରାର୍ଥୀଙ୍କ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ପରୀକ୍ଷା କରାଯିବ ବୋଲି ଓପିଏସ୍ସି ପକ୍ଷରୁ ସୂଚନା ମିଳିଛି।