ନଭେମ୍ୱର ୧୨ରୁ ଓଡ଼ିଶାରେ କମିବ ତାପମାତ୍ରା, ବଢ଼ିବ ଶୀତ
ଭୁବନେଶ୍ୱର: ଏବେ ଧିରେ ଧିରେ ଓଡ଼ିଶାରେ ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ସେଥିପାଇଁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ପଡ଼ିବା ସହିତ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି।
ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ
ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି pic.twitter.com/Fo3ht0N5NA
— Meteorological Centre, Bhubaneswar (@mcbbsr) November 9, 2022
ରାଜ୍ୟରେ ଶୀତର ପ୍ରେକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହିତ ଟୁଇଟ୍ କରି ସୂଚନା ଦେଇଛି । ନଭେମ୍ୱର ୧୨ ପରେ ରାଜ୍ୟରେ ଓଡ଼ିଶାପେ ପାରଦ ଖସିବା ସହିତ ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଜଣାଇଛି। ଅନ୍ୟପଟେ ଆଗାମି ୩ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା କୁହାଯାଇଛି। କିନ୍ତୁ ୨ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।