ଡିସେମ୍ବର ୧୫ ସୁଦ୍ଧା ଭାରତ ଆସିବ ଶେଷ ରାଫେଲ୍

ନୂଆଦିଲ୍ଲୀ:  ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି । ଦେଶକୁ ମିଳିବାକୁ ଯାଉଛି ଶେଷ ରାଫେଲ ବିମାନ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଯୁଦ୍ଧ ବିମାନ ଭାରତ ଆସିବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ଡିସେମ୍ବର ମାସରେ ଫାଇଟର୍ ଜେଟ୍ ଭାରତରେ ପହଞ୍ଚିବ । ପୂର୍ବରୁ ୩୫ଟି ବିମାନ ଆସିସାରିଥିବା ବେଳେ ଏବେ ଶେଷ ବିମାନ ଆସିବାକୁ ଯାଉଛି ।

ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ଭାରତକୁ ମିଳିବ ରାଫେଲ୍ ଯୁଦ୍ଧ ବିମାନ ।  ୨୦୧୬ରେ ୩୬ଟି ରାଫେଲ୍ ଜେଟ୍ ଆଣିବାକୁ ଫ୍ରାନ୍ସ ସହିତ ବୁଝାବଣା କରିଥିଲେ କେନ୍ଦ୍ର ସରକାର । ଏଥିପାଇଁ ୬୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଫ୍ରାନ୍ସରୁ ଏପର୍ଯ୍ୟନ୍ତ ୩୫ଟି ରାଫେଲ ଯୁଦ୍ଧ ବିମାନ ମିଳି ସାରିଛି । ତେବେ ଶେଷ ରାଫେଲ ଆସିବା ନେଇ ଫ୍ରାନ୍ସ ସହିତ ଆଲୋଚନା ଚାଲିଛି ଏବଂ ଏହା ଆସନ୍ତା ମାସରେ ଭାରତରେ ପହଞ୍ଚିବ ।

ପୂର୍ବରୁ ଭାରତ ଆସିଥିବା ୩୫ଟି ରାଫେଲ ବିମାନ ମଧ୍ୟରୁ କିଛି ପଞ୍ଜାବର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମାରା ଏୟାରବେସରେ ମୁତୟନ କରାଯାଇଛି । ଅନ୍ତିମ ରାଫେଲ ଆସିବା ପୂର୍ବରୁ ଏହାର ସବୁ ଯନ୍ତ୍ରାଂଶକୁ ପରିବର୍ତ୍ତନ କରଯାଇଛି । ପୂର୍ବରୁ ଏହି ବିମାନକୁ ଡେଭ୍‌ଲପମେଣ୍ଟ ଆକ୍ଟିଭିଟିଜ୍ ପାଇଁ ବ୍ୟବହାର କରାଯାଉଥିଲା । ଶେଷ ରାଫେଲ ମିଳିବା ପରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା ।

ଭାରତୀୟ ନିଜର ସମସ୍ତ ଯୁଦ୍ଧ ବିମାନକୁ ଅପଗ୍ରେଡ୍ କରିବା ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ସହିତ ଏହାକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ଲେସ୍ କରାଯିବ । ସେପଟେ ଭାରତକୁ ମିଳିଥିବା ରାଫେଲ ଯୁଦ୍ଧ ବିମାନ ୪.୫ ପୀଢିର । ଶତ୍ରୁକୁ କ୍ଷଣକ ମଧ୍ୟରେ ମାତ୍ ଦେବାରେ ମାହିର ଏହି ଫାଇଟର ଜେଟ୍ । ଏଥିରେ ଆଡଭାନ୍ସ ଟେକ୍ନୋଲୋଜି ଓ ଅତ୍ୟାଧୁନିକ ରାଡାର ସିଷ୍ଟମ୍ ବ୍ୟବହାର କରାଯାଇଛି । ରାଫେଲରେ ଦୀର୍ଘ ପଥ ଉଡାଣ ଭରିବାର କ୍ଷମତା ରହିଛି ।  ଆକାଶ ମାର୍ଗରୁ ଆକାଶ ଓ ଭୂପୃଷ୍ଠକୁ ମିସାଇଲ ନିକ୍ଷେପ କରିବାର କ୍ଷମତା ମଧ୍ୟ ରହିଛି ।

Related Articles

Back to top button