କେରଳ ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କେରଳ କଳାମଣ୍ଡଲମ ଡିମଡ-ଟୁ-ବିଶ୍ୱବିଦ୍ୟାଳୟର କୁଳପତି ପଦରୁ ହଟାଯାଇଛି । କେରଳର ବାମପନ୍ଥୀ ସରକାର ଗୁରୁବାର କେରଳ କଳାମଣ୍ଡଲମ ଡିମଡ-ଟୁ-ବିଶ୍ୱବିଦ୍ୟାଳୟ ଅଧିନିୟମରେ ସଂଶୋଧନ କରିଛନ୍ତି । ଏଥିରେ ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇ ଏହି ପଦରେ କୌଣସି କଳା ଏବଂ ସଂସ୍କୃତି କ୍ଷେତ୍ରର  ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇ ପାରିବ ।

ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିଶ୍ୱବିଦ୍ୟାଳୟର ଶୀର୍ଷ ପଦରେ ରୁହନ୍ତୁ ବୋଲି ରାଜ୍ୟ ସରକାର ଚାହୁଁ ନଥିବା କହିଥିଲେ । କଳାମଣ୍ଡଲମ ଡିମଡ-ଟୁ-ବିଶ୍ୱବିଦ୍ୟାଳୟ ୱେବସାଇଟ୍ ଅନୁସାରେ, ଖାନ ଏବେ ଏହାର କୁଳାଧିପତି ଅଛନ୍ତି । କେରଳ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ କୁଳପତିଙ୍କ ନିଯୁକ୍ତି ସହ ବିଶ୍ୱବିଦ୍ୟାଳୟର କାମକୁ ନେଇ ରାଜ୍ୟପାଳଙ୍କ ସହ ଚାଲିଥିବା ବିବାଦ ଭିତରେ ଆସିଛି । କଳାମଣ୍ଡଲମ ଡିମଡ-ଟୁ-ବିଶ୍ୱବିଦ୍ୟାଳୟ ଶାସନ ପ୍ରଣାଳୀ ରାଜ୍ୟ ସରକାରଙ୍କ ନୂଆ ନୀତି ଅନୁରୂପ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଏହା ପୂର୍ବରୁ କେରଳର ଉଚ୍ଚ ଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ କହିଥିଲେ, ଯଦି ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ହଟାଇବା ପ୍ରାବଧାନ ଥିବା ଅଧ୍ୟାଦେଶ ଉପରେ ହସ୍ତାକ୍ଷର ନ କରନ୍ତି ତେବେ ଆସନ୍ତା ମାସରେ ବିଧାନସଭା ଅଧିବେଶନରେ ଡକାଇ ବିଧେୟକ ପାରିତ କରିବେ । ଯଦି ରାଜ୍ୟପାଳ ବାଧା ଦିଅନ୍ତି କେବେ ସରକାର ନିଜ ଅଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ସେ କହିଥିଲେ ।

Related Articles

Back to top button