ଅଙ୍ଗନବାଡି କେନ୍ଦ୍ରରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଗଲା

ସାଲେପୁର: ସାଲେପୁରରେ ଅଭାବନୀୟ ଘଟଣା। ଗ୍ୟାସ ଟାଙ୍କି ଫାଟିଯିବାରୁ ହଠାତ୍ ନିଆଁ ଲାଗିଯାଇଥିଲା। ଅଙ୍ଗନବାଡିରୁ ପ୍ରଚୁରମାତ୍ରାରେ ଧୂଆଁ ବାହାରିଥିଲା। ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି।  ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ ବ୍ୟାପିଯାଇଥିଲା। ତେବେ ନିଆଁ ଜଳିବା ଦେଖି ପିଲାଙ୍କୁ ଘରୁ ବାହାରକୁ ନେଇଆସିଥିଲେ ସହାୟିକା।

Related Articles

Back to top button