ଭିଭିଏସ୍ ଲକ୍ଷ୍ମଣ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌ ଦାୟିତ୍ୱରୁ କିଛିଦିନ ପାଇଁ ବ୍ରେକ୍‌ ନେବେ ରାହୁଲ ଦ୍ରାବିଡ଼। ଦ୍ରାବିଡ଼ଙ୍କ ସ୍ଥାନରେ ନ୍ୟାସ୍‌ନାଲ କ୍ରିକେଟ୍ ଆକାଡେମି ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣକୁ ଏହି ଦାୟିତ୍ୱ ଦିଆଯିବ। ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋଚ୍ ଦାୟିତ୍ୱ ତୁଲାଇବେ ଲକ୍ଷ୍ମଣ।

ସୂଚନା ଅନୁସାରେ ଭାରତ ନଭେମ୍ବର ୧୮ ତାରିଖରୁ ୩୦ ତାରିଖ ମଧ୍ୟରେ ୩ ଟି-୨୦ ଓ ଦୁୁଇଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ସବୁ ମ୍ୟାଚ୍‌ଗୁଡ଼ିକରେ ଲକ୍ଷ୍ମଣ କୋଚ୍ ଦାୟିତ୍ୱ ତୁଲାଇବେ। ଗତକାଲି ଟି-୨୦ ବିଶ୍ୱକପରେ ଭାରତ ଇଂଲଣ୍ଡ ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା। ଯାହା ପୂରା ଟିମ୍ ଓ କୋଚ୍‌ଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି। ଏନେଇ କ୍ରିକେଟ୍ ପ୍ରେମୀ ଓ କ୍ରୀଡ଼ା ସମୀକ୍ଷକଙ୍କ ମଧ୍ୟରେ ଅଙ୍କ କଷା ଜାରି ରହିଛି।

ଏନ୍‌ସିଏ ଟିମ୍ ଲକ୍ଷ୍ମଣଙ୍କ ନେତୃତ୍ୱରେ ହୃଷ୍କିକେଶ କନିତକାର(ବ୍ୟାଟିଂ) ଓ ସୈରାଜ ବହୁତୁଲେ(ବୋଲିଂ)ଙ୍କର ସହଯୋଗରେ ନ୍ୟୁଜିଲାଣ୍ଡ ଭ୍ରମଣରେ ଚୋକ୍ ହେବେ ବୋଲି ବିସିସିଆଇ ରକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ଥର ପାଇଁ ଲକ୍ଷ୍ମଣ ଟିମ୍ ଇଣ୍ଡିଆର କୋଚ୍ ହୋଇ ନାହନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ମଉକାରେ ଲକ୍ଷ୍ମଣ କୋଚ୍ ଦାୟିତ୍ୱ ସମ୍ଭାଳିଛନ୍ତି। ଟିମ୍ ଇଣ୍ଡିଆର ଜିମ୍ବାୱେ ଓ ଆୟରଲାଣ୍ଡ ଗସ୍ତରେ ମଧ୍ୟ ଲକ୍ଷ୍ମଣ କୋଚ୍ ଦାୟିତ୍ୱ ସମ୍ବାଳିଥିବା ବେଳେ ନିକଟରେ ଭାରତରେ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟା୍‌ଚରେ ମଧ୍ୟ ସେ କୋଚ ଦାୟିତ୍ୱ ସମ୍ଭାଳିଥିଲେ।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପ୍ଟେନ୍ ହେବେ। ସିରିଜର ମ୍ୟାଚ୍‌ଗୁଡ଼ିକ ୱେଲିଙ୍ଗିଟନ(ନଭେମ୍ବର ୮), ମାଉଣ୍ଟ ମଉଙ୍ଗନୁଇ(ନଭେମ୍ବର ୨୦) ଓ ନାପିୟରରେ ନଭେମ୍ବର ୨୨ ତାରିଖରେ ଖେଳାଯିବ।

ସେହିପରି ଦିନିକିଆ ସିରିଜ୍‌ରେ କ୍ୟାପ୍ଟେନ୍‌ ହେବେ ଶିଖର ଧୱ ନ। ଏହି ମ୍ୟାଚ୍‌ଗୁଡ଼ିକ ନଭେମ୍ବର ୨୫ରେ ଅକଲାଣ୍ଡ, ହାମିଲଟନ(ନଭେମ୍ବର ୨୭) ଖ୍ରୀଷ୍ଟିଚର୍ଚ୍ଚ(ନଭେମ୍ବର ୩୦)ରେ ଖେଳାଯିବ।

ଅନ୍ୟପଟେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଦାୟିତ୍ୱ ନେବେ। ଡିସେମ୍ବର ୪ ତାରିଖରେ ମ୍ୟାଚ୍ ଖେଳିଯିବାକୁ ଥିବା ବେଳେ ଦଳକୁ ବିରାଟ ଓ ଅଶ୍ୱିନୀ ବି ଫେରିଲେ। ଭାରତ ବାଂଲାଦେଶ ମଧ୍ୟରେ ୪ ଓଡିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ।

Related Articles

Back to top button