ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ପ୍ରାଣ ହାରଇଲେ ଲୋକପ୍ରିୟ ଟିଭି ଷ୍ଟାର୍ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

ମୁମ୍ବାଇ: ଜିମ୍‌ ସେଣ୍ଟରରେ ଗଲା ଆଉ ଜଣେ ଷ୍ଟାର୍‌ଙ୍କ ଜୀବନ। ଲୋକପ୍ରିୟ ଟିଭି ଷ୍ଟାର୍ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଛି। ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ବେହୋସ୍ ହୋଇ ପଡ଼ିଯାଇ ପ୍ରାଣ ହାରଇଛନ୍ତି ସିଦ୍ଧାନ୍ତ ସୂର୍ଯ୍ୟବଂଶୀ। ଅଭିନେତା ଜୟ ଭାନୁଶାଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ମାତ୍ର ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କର ଏପରି ଅକାଳ ବିୟୋଗର ହିନ୍ଦୀ ଟେଲିଭିଜନ ଦୁନିଆକୁ ଶକ୍ତ ଝଟ୍‌କା ଦେଇଛି। ସିଦ୍ଧାନ୍ତ ଦୁଇଟି ପିଲାର ବାପା ଓ ସେ ତାଙ୍କ ପତ୍ନୀଙ୍କ ସହ ମୁମ୍ବାଇରେ ରହୁଥିଲେ।

ମିଳିଥିବା ସୂଚନା ଅନୁସାରେ, ସିଦ୍ଧାନ୍ତ ଆଜି(ନଭେମ୍ବର ୧୧) ଜିମ୍‌ରେ ୱାର୍କଆଉଟ୍ କରୁଥିବା ବେଳେ ହଠାତ୍ ବେହୋସ ହୋଇ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

କିଛି ଦିନ ପୂର୍ବେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ସମାନ ସ୍ଥିତି ହୋଇଥିଲା। ସେ ମଧ୍ୟ ଜିମ୍ ସେଣ୍ଟରରେ ୱାର୍କଆଉଟ୍ କରୁ କରୁ ହୃଦଘାତରେ ଶିକାର ହୋଇ ମାସାଧିକ କାଳ ଚିକିତ୍ସିତ ହୋଇ ଶେଷରେ ପ୍ରାଣ ହରାଇଥିଲେ।

ସିଦ୍ଧାନ୍ତଙ୍କୁ ପୂର୍ବରୁ ଆନନ୍ଦ ନାମରେ ସମସ୍ତେ ଜାଣୁଥିଲେ। ହେଲେ ସେ ନିକଟରେ ନିଜ ନାଁ ପରିବର୍ତ୍ତନ କରି ସିଦ୍ଧାନ୍ତ ସୂର୍ଯ୍ୟବଂଶୀ କରିଦେଇଥିଲେ। ସେ ଲୋକପ୍ରିୟ ଟିବି ଶୋ, କଣ୍ଟ୍ରୋଲ୍ ରୁମ୍, ଜିଦ୍ଦି ଦିଲ୍ ମାନେ ନା ଏବଂ କ୍ୟୁଁ ରିସ୍ତୋ ମେଁ ଖଟ୍ଟି ବଟ୍ଟି ଭଳି ଶୋରେ କାମ କରିଥିଲେ।

ସିଦ୍ଧାନ୍ତ ମଡେଲ ଆଲେସିଆ ରାଉତଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ସେ ସାମ୍ବାଦିକ ଇରା ଚୌଧୁରୀଙ୍କୁ ବିବାହ କରିଥିଲେ। ସିଦ୍ଧାନ୍ତଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ଡିଜା ନାମକ ଝିଅ ଥିବା ବେଳେ ଦ୍ୱିତୀୟ ପତ୍ନୀ ଅଲେସିଆଙ୍କ ଠାରୁ ଗୋଟିଏ ପୁଅ ଅଛି।

ଟେଲିଭିଜନ ଦୁନିଆରେ ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ଜଣେ ଖ୍ୟାତନାମା ଅଭିନେତା। ସେ ଅନେକ ଲୋକପ୍ରିୟ ଟିଭି ଶୋରେ କାମ କରିସାରିଛନ୍ତି। ସେଗୁଡ଼ିକ ମଧ୍ୟରୁ କ୍କୁସୁମ, କସୌଟି ଜିନ୍ଦଗୀ କେ, ମମତା, କ୍ରିଷ୍ଣା ଅର୍ଜୁନ, ଭାଗ୍ୟବିଧାତା, ବିରୁଦ୍ଧ, ସୂର୍ଯ୍ୟପୁତ୍ର, କର୍ଣ୍ଣ, ୱାରିସ ଅନ୍ୟତମ। ତା ସହିତ ସେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହିତ ମିଶି ଏକ ମଡେଲ୍‌ ଟ୍ରେନଂ ଇନଷ୍ଟିଟ୍ୟୁଟ୍‌ରେ କାମ କରୁଥିଲେ।

Related Articles

Back to top button