ବିଶାଖାପାଟନମରେ ୧୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବିଶାଖାପାଟନମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ୧୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ବିପ୍ଳବ ଭେରୁଦୁ ଆଲୁରୁ ସୀତାରାମରାଜଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ସେ ଆନ୍ଧ୍ରପ୍ରଦେଶ ଗସ୍ତ କରିବାର ସୁଯୋଗ ପାଇଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ମୋଦୀ କହିଥିଲେ, ଭାରତ ଆକାଂକ୍ଷାର ପେଣ୍ଠସ୍ଥଳ ।

ଏହି ପ୍ରୋଜେକ୍ଟ ଗୁଡିକ ମଧ୍ୟରେ ରହିଛି ୬ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ରାୟପୁର-ବିଶାଖାପାଟନମ୍ ଇକୋନୋମିକ କରିଡର । ୩୭୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହେବ ଏହି ଗ୍ରୀନଫିଲ୍ଡ କରିଡର । ଛତିଶଗଡ ଓ ଓଡ଼ିଶାର ଶିଳ୍ପ କ୍ଷେତ୍ର ଗୁଡିକ ସହିତ ବିଶାଖାପାଟନମ୍ ପୋର୍ଟ ଏବଂ ଚେନ୍ନାଇ-କୋଲକାତା ଜାତୀୟ ରାଜପଥର ସଂଯୋଗୀକରଣ କରିବ ଏହି କରିଡର । ଉଭୟ ଆନ୍ଧ୍ର ଓ ଓଡିଶାର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ଗୁଡିକ ମଧ୍ୟ ଏହି ସଂଯୋଗୀକରଣରୁ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଶ୍ରୀକାକୁଲମ-ଗଜପତି କରିଡରର ଅଂଶସ୍ୱରୂପ ନାରାସନ୍ନାପେଟାରୁ ପାଠପଟନମ୍ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ବି ଲୋକାର୍ପିତ କରିଛନ୍ତି । ୨୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି ।

Related Articles

Back to top button