ଆତଙ୍କୀ ଷଡ଼ଯନ୍ତ୍ର ଫେଲ୍: ରାଜସ୍ଥାନର ଉଦୟପୁର ରେଳ ଲାଇନକୁ ଉଡାଇବାଦେବା ଷଡ଼ଯନ୍ତ୍ର ବିଫଳ, ଏନଆଇଏର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ରେଳ ଲାଇନକୁ ଉଡାଇବାଦେବା ଷଡ଼ଯନ୍ତ୍ର ବିଫଳ । ଗ୍ରାମବାସୀଙ୍କ ଚତୁରତା ପାଇଁ ଆତଙ୍କବାଦୀଙ୍କ ବିସ୍ଫୋରଣ ପ୍ଲାନ୍ ଫେଲ୍ ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜି-୨୦ ସମ୍ମିଳନୀ ପୂର୍ବରୁ ଉଦୟପୁର-ଅହମ୍ମଦାବାଦ ରେଲଓ୍ବେ ଟ୍ରାକ୍ ଉଡାଇଦେବାକୁ ଯୋଜନା ହୋଇଥିଲା । ଶନିବାର ରାତିରେ ବିସ୍ଫୋରଣ ଶବ୍ଦ ଶୁଣିବା ପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଏନେଇ ପୋଲିସ ଏକ ମମାଲ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଉଦୟପୁର ପୋଲିସର ସୂଚନା ଅନୁଯାୟୀ, ଉଦୟପୁର-ଅହମ୍ମଦାବାଦ ରେଲଓ୍ବେ ଟ୍ରାକ୍ ଉଡ଼ାଇବାକୁ ଯୋଜନା କରିଥିଲେ ଆତଙ୍କବାଦୀ । ରେଳ୍ ଲାଇନରେ ସୁପର ପାଓ୍ବାର ୯୦ ଡିଟୋନେଟର ବ୍ୟବହାର କରାଯାଇଥିଲା । ଗତକାଲି ରାତିରେ ବିସ୍ଫୋରଣ ହେବା ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ । ବିସ୍ଫୋରଣରେ ରେଳଓ୍ବେ ଲାଇନ ଅଳ୍ପକେ ବର୍ତ୍ତି ଯାଇଛି ଥିବାବେଳେ ଟ୍ରାକ୍‌ର କିଛି ନଟ୍ ବୋଲ୍ଟ ନଥିବା ଦେଖିବାକୁ ପାଇଥିଲେ । ପରେ ଉଦୟପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ୟୁଏପିଏ ଆଇନ ଆଧାରରେ ମାମଲା ରୁଜୁ ଛାନବିନ୍ ଆରମ୍ଭ କରିଛି ।

ଏହି ବିସ୍ଫୋରଣ ଉଦୟପୁର ଠାରୁ ୩୫ କିଲୋମିଟର ଦୂରରେ ଘଟିଛି । ଘଟଣାରେ ରାଜସ୍ଥାନ ପୋଲିସ, ଆରପିଏଫ୍ ଓ ଏନଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଳ ଲାଇନକୁ ୧୪ ଦିନ ପୂର୍ବରୁ ଉଦ୍‌ଘାଟନ କରିଥିଲେ । ତେବେ ଜି-୨୦ ସମ୍ମିଳନୀ ପୂର୍ବରୁ ଏହି ବିସ୍ଫୋରଣ ଏନଆଇଏ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନ୍ୟପଟେ ବିସ୍ଫୋରଣ ହେବାର ୪ ଘଣ୍ଟା ପୂର୍ବରୁ ଉଦୟପୁର-ଅହମ୍ମଦାବାଦ ରେଳ ଲାଇନ୍ ଦେଇ ଟ୍ରେନ୍ ଯାଇଥିବାର ସ୍ଥାନୀୟ ଲୋକେ କହିଛନ୍ତି ।

Related Articles

Back to top button