ଚିଟଫଣ୍ଡ ଠକେଇ ମାମଲାରେ ଆଇନଜୀବୀ ଗୌରବ ଅଗ୍ରଓ୍ୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରଓ୍ୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କଲେ ସୁପ୍ରିମକୋର୍ଟ । ଆଜି ଚିଟଫଣ୍ଡ ଠକେଇ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ସିବିଆଇ ସତ୍ୟପାଠ ଦାଖଲ ପାଇଁ ସମୟ ମାଗିଛି । ତେଣୁ ସୁପ୍ରିମକୋର୍ଟ ୨୫ ତାରିଖରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର କି କି ପଦକ୍ଷେପ ନେଇଛନ୍ତି, ତାହା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ । ଶୁଣାଣି ପାଇଁ ପୂର୍ବରୁ କୋର୍ଟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରିଥିଲେ ।

ଅକ୍ଟୋବର ୧୧ ତାରିଖରେ ବିଚାରପତି ଜଷ୍ଟିସ ଏମଆର୍ ଶାହ ଓ ଜଷ୍ଟିସ୍ କ୍ରିଷ୍ଣା ମୁରାରିଙ୍କ ଗଠିତ ଖଣ୍ଡପୀଠ ଓଡ଼ିଶା ସରକାର ଓ ସିବିଆଇକୁ ନିବେଶକମାନଙ୍କୁ ଜମାରାଶି ଫେରାଇବା ନେଇ ଯେଉଁ ପଦକ୍ଷେପ ନେଇଛନ୍ତି, ସେନେଇ ନିଜ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ହାଜିର ହୋଇଥିଲେ ।

Related Articles

Back to top button