ହିଜାବ ଆନ୍ଦୋଳନକାରୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଇରାନ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ

ତେହେରାନ: ହିଜାବକୁ ବିରୋଧ କରି ଇରାନରେ ସେପ୍ଟମ୍ବର ୧୬ରୁ ଆନ୍ଦୋଳନ ଚାଲିଛି । ଏଥିରେ ଅନେକ ମୃତାହତ ମଧ୍ୟ ହେଲେଣି । ତେବେ ଅନ୍ଦୋଳନ କମିବା ବଦଳରେ ବଢ଼ି ଚାଲିଛି । କେତେକ ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଏହି ଆନ୍ଦୋଳନରେ ସାମିଲ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଇରାନ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇବା ଏବଂ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସମ୍ପୃକ୍ତ ବ୍ୟକ୍ତିଜଣକ ବିପଦ ସୃଷ୍ଟି କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରଦର୍ଶନ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ଅନେକ ସେଲିବ୍ରେଟି ମଧ୍ୟ ହିଜାବକୁ ବିରୋଧ କରି ପ୍ରାଣ ହରାଇ ସାରିଛନ୍ତି । ସୂଚନାଯୋଗ୍ୟ, ୧୩ ସେପ୍ଟେମ୍ବରରେ ମହସା ଅମୀନ ହିଜାବ ପରିଧାନ କରି ନ ଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ଏହାର ୩ ଦିନ ପରେ ମହସାଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ହିଜାବକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଇରାନ ସରକାର କଠୋର ପନ୍ଥା ଆପଣାଇ ଏହାକୁ ଦମନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

Related Articles

Back to top button