ନିଜ ଫି’ ୩୦ରୁ ୪୦ ପ୍ରତିଶତ କମାଇଲେ ଅକ୍ଷୟ କୁମାର

ମୁମ୍ବାଇ: ନିଜ ଦର କମାଇଲେ ଅକ୍ଷୟ କୁମାର । ଯେତିକି ନେଉଥିଲେ ତା’ଠାରୁ ୩୦ରୁ ୪୦ ପ୍ରତିଶତ ଦର କମାଇଲେ ଆକ୍ସନ ହିରୋ । ଅନେକଗୁଡିଏ ଫିଲ୍ମ ଫ୍ଲପ୍ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଅକ୍ଷୟ । ଚଳିତ ବଷର୍ ଅନେକ ଗୁଡିଏ ଫିଲ୍କ ଭେଟି ଦେଇଛନ୍ତି । ହେଲେ କୌଣସି ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ ହିଟ କରିନି । ସେଥିପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ଖାଲି ଅକ୍ଷୟ ନୁହଁନ୍ତି, ବଲିଉଡର ଅନେକ ବଡ ବଡ କଳାକାର ମଧ୍ୟ ଏଥର ଫ୍ଲପ୍ ହୋଇଛନ୍ତି । ଏପରି ସ୍ଥିତିକୁ ଦେଖି ଅକ୍ଷୟ ନିଜ ଦର କମାଇଛନ୍ତି ବୋଲି କହିଛନ୍ତି ।

ଅକ୍ଷୟ ତାଙ୍କର ରେଟ୍ ୩୦ରୁ ୪୦ ପ୍ରତିଶତ କମାଇ ଦେଇଥିବା କଥା ଜାତୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ ମୋ କହିବା ଅନୁସାରେ, ପ୍ରତ୍ୟେକ ଜିନିଷରେ  ପରିବର୍ତ୍ତନ ଆସିଲାଣି । ଦର୍ଶକ ବି କିଛି ଅଲଗା ଚାହୁଁଛନ୍ତି । ଏବେ ଆମକୁ ଚିନ୍ତା କରିବାକୁ ପଡ଼ିବ, ଦର୍ଶକ  ଯାହା ଚାହୁଁଛନ୍ତି ତାହା ଦେବା ପାଇଁ ଚେଷ୍ଟା କରିବା  । ଦର୍ଶକ ନଆସିବା  ଆମର ଭୁଲ, ଦର୍ଶକଙ୍କର ନୁହେଁ । ଦର୍ଶକ ଯାହା ଚାହୁଁଛନ୍ତି ତାହା ତାଙ୍କୁ ଦେବା ଉଚିତ୍ । ଏନେଇ ପୂନଃବିଚାର କରିବା ଉଚିତ ।’

ସେ ଆହୁରି କହିଛନ୍ତି,‘ ଆମେ ଯାହା ସବୁ ତିଆରି କରିଛୁ ତାହା ନଷ୍ଟ କରି ଦେଇ ପୁଣିଥରେ ଆରମ୍ଭ କରିବା ଉଚିତ୍ । ଆମକୁ ଭାବିକାକୁ ପଡିବ,  ଦର୍ଶକ କେଉଁ ପ୍ରକାର ସିନେମା ଦେଖିବାକୁ ଚାହୁଁଛନ୍ତି । ମୁଁ ସଂପୂର୍ଣ୍ଣ ଭିନ୍ନ ପ୍ରକାରରେ ଆରମ୍ଭ କରିବାକୁ ଚାହୁଁଛି ଏବଂ ମୁଁ ଏହା କରିବା ଆରମ୍ଭ ମଧ୍ୟ କରିଦେଇଛି । କରୋନା ପରେ ସବୁ କିଛି ବଦଳି ଯାଇଛି”।

ଏହା ସହ ସେ କହିଛନ୍ତି ଯେ,   କେବଳ ଅଭିନେତା ମାନଙ୍କୁ ନୁହେଁ ଫିଲ୍ମ ନିର୍ମାତା ଏବଂ ଥିଏଟର ମାନେ ମଧ୍ୟ ବୁଝିବା କଥା  ଯେ, ବର୍ତ୍ତମାନ  ସମସ୍ତେ ଆଥିର୍କ ଦୁଃସ୍ଥିତି ଦେଇ ଗତି କରୁଛନ୍ତି   । ଲୋକଙ୍କ ପାଖରେ ମନୋରଞ୍ଜନରେ ଖର୍ଚ୍ଚ କରିବା ପାଇଁ ଏତେ ପଇସା ନାହିଁ । ତେଣୁ ସବୁ କିଛି ବଦଳାଇବାକୁ ପଡିବ । ଏ ସବୁକୁ ଦୃଷ୍ଟିରେ ରଖି ସେ ନିଜ ରେଟ୍ କମ କରିଥିବା କଥା କହିଛନ୍ତି ।

Related Articles

Back to top button