ଟ୍ରକରେ କୋଚିରୁ ହାଇଦ୍ରାବାଦ ଯାଉଥିଲା ବିମାନ, ଅଣ୍ଡରପାସ ନିକଟରେ ଅଟକିଲା

ହାଇଦ୍ରାବାଦ: ଅଣ୍ଡରପାସ ତଳେ ଲାଗିଥିଲା ବିମାନ । ହେଲେ ବିଳମ୍ବିତ ରାତିରେ ଏ ବିମାନ ବ୍ରିଜ ତଳକୁ କେମିତି ଆସିଲା ? ସମସ୍ତଙ୍କ ମନରେ ଉତ୍କଣ୍ଠା । ତା ଛଡା ବିମାନକୁ ଏତେ ପାଖରୁ ଦେଖିବାର ଇଚ୍ଛା ବି ଥିଲା । ଚାହୁଁ ଚାହୁଁ ରୁଣ୍ଡ ହୋଇଗଲେ ଲୋକେ । ତେବେ ଘଟଣା ଥିଲା ଏମିତି ।

ହାଇଦ୍ରାବାଦ ପିସ୍ତା ହାଉସର ମାଲିକ କିଣିଥିବା ଏହି ପୁରୁଣା ବିମାନଟି ଏକ ଟ୍ରକରେ କୋଚିରୁ ହାଇଦ୍ରାବାଦ ଯାଉଥିଲା । ହେଲେ ଯିବା ସମୟରେ ରାସ୍ତାରେ ଅଣ୍ଡରପାସ ନିକଟରେ ଅଟକି ଯାଇଥିଲା । ହାଇଦ୍ରାବାଦ ବାସିନ୍ଦା ଶିବଶଙ୍କର ଏହି ବିମାନକୁ କିଣିଥିଲେ । ଶିବଶଙ୍କର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଚେନ୍ ପିସ୍ତା ହାଉସ   ମାଲିକ  । ତେବେ ସେ ଏହି ପୁରୁଣା ବିମାନରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଥିଲେ ।

ତେଣୁ ଏଇ ପୁରୁଣା ବିମାନଟିକୁ ସେ ଟ୍ରକର ଟ୍ରେଲରରେ ବିମାନଟିକୁ କୋଚିରୁ ହାଇଦ୍ରାବାଦ ଆଣୁଥିଲେ । ବିମାନଟି ଅଣ୍ଡରପାସରେ ଫସି ଯିବାରୁ କିଛି ସମୟ ପାଇଁ ଯାତାୟାତ ବନ୍ଦ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡରପାସରୁ ବିମାନ ବାହାରିବା ପାଇଁ ସହାୟତ କରିଥିଲା । କିଛି ଘଣ୍ଟା ପରିଶ୍ରମ ପରେ ବିମାନ ବାହାରିଥିଲା ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Related Articles

Back to top button