ଗ୍ରାହକ ଅଧିକ କ୍ଷତି ସହିବେ ନାହିଁ, ବ୍ୟାଙ୍କ ବନ୍ଦ ହେବା ପରେ ସରକାର ଦେଉଛନ୍ତି ୮୫୧୬ କୋଟି ଟଙ୍କା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ବ୍ୟାଙ୍କଗୁଡିକ ପାଇଁ ଅନେକ ଗାଇଡଲାଇନ୍ ଜାରି କରିଛି । ଯେଉଁ ବ୍ୟାଙ୍କଗୁଡ଼ିକ ଏହି ନିୟକ ପାଳୁନାହାନ୍ତି, ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି । ଦେଶରେ ବ୍ୟାଙ୍କିଂ ସିଷ୍ଟମକୁ ଭଲ ଭାବରେ ଚଳାଇବା ପାଇଁ ଆରବିଆଇ ଦ୍ୱାରା ଗାଇଡଲାଇନ୍ ଜାରି କରାଯାଉଛି । ନିକଟରେ ଆରବିଆଇ ଅନେକ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି ।

ଯେଉଁ ବ୍ୟାଙ୍କଗୁଡିକର ଲାଇସେନ୍ସ ବାତିଲ ହୋଇଛି ସେହି ବ୍ୟାଙ୍କଗୁଡିକର ଗ୍ରାହକଙ୍କୁ ସରକାର ଟଙ୍କା ବଣ୍ଟନ କରୁଛନ୍ତି, ଯାହା ଦ୍ୱାରା ବ୍ୟାଙ୍କର ଗ୍ରାହକମାନେ ଅଧିକ କ୍ଷତି ସହିବେ ନାହିଁ । ନିକଟରେ ମହାରାଷ୍ଟ୍ରର ରିଜର୍ଭ ବ୍ୟାଙ୍କ ବାବାଜୀ ଦାତେ ମହିଲା ସହକାରି ବ୍ୟାଙ୍କ ଲିମିଟେଡର ଲାଇସେନ୍ସକୁ ବାତିଲ କରିଦେଲା ପରେ ଗ୍ରାହକଙ୍କୁ ଟଙ୍କା ବଣ୍ଟନ କରାଯାଉଛି ।

ବ୍ୟାଙ୍କର ଲାଇସେନ୍ସ ବାତିଲ ହେଲେ ଜମାକାରୀଙ୍କୁ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଅର୍ଥାତ୍ ଡିଆଇସିଜିସି ଅଧୀନରେ ବୀମା ରାଶି ଦିଆଯାଏ । ପରିସଂଖ୍ୟାନ ଅନୁଯାୟୀ, ୨୦୨୧-୨୨ ମଧ୍ୟରେ ଡିଆଇସିଜିସି ଅଧୀନରେ ୮,୫୧୬.୬ କୋଟି ଟଙ୍କା ପାଇଁ ଦାବି କରାଯାଇଛି ।

Related Articles

Back to top button