ଭାରତରେ ହ୍ୱାଟସଆପ ଓ ଫେସବୁକର ଦୁଇ ପ୍ରମୁଖ ଅଧିକାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ହ୍ବାଟସଆପ ଇଣ୍ଡିଆର ମୁଖ୍ୟ ଅଭିଜିତ୍ ବୋଷ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ଭାରତରେ ଫେସବୁକରେ ପ୍ରମୁଖ ଅଧିକାରୀ ରାଜୀବ ଅଗ୍ରୱାଲ ମଧ୍ୟ କମ୍ପାନୀ ଛାଡିଛନ୍ତି। ଅଭିଜିତ ବୋଷ ୨୦୧୮ରେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ। ସେ ଭାରତରେ ହ୍ୱାଟସଆପର ପ୍ରଚାର, ପ୍ରସାର ଏବଂ ପେମେଣ୍ଟ ଗେଟଓ୍ୱେ ବ୍ୟବସାୟ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଏହାପୂର୍ବରୁ, ବୋଷ ପେମେଣ୍ଟ କମ୍ପାନୀ ଏଜେଟାପ(Ezetap)ର ସହ-ପ୍ରତିଷ୍ଠାତା ଥିଲେ। ଏହା ପୂର୍ବରୁ, ରେଜର Ezetapକୁ ଅଧିଗ୍ରହଣ କରିଥିଲା।

ଫେସବୁକର ମୂଳ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗ ନିକଟରେ ଘୋଷଣା କରିଛନ୍ତି ଯେ କମ୍ପାନୀ ୧୧ ହଜାର ଲୋକଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ଯାହା କମ୍ପାନୀର ୧୩% କର୍ମୀଙ୍କ ସଂଖ୍ୟା ହ୍ରାସ କରିବ। ଏପରି ସ୍ଥିତିରେ ଫେସବୁକର ମୂଳ କମ୍ପାନୀ ମେଟା ଇଣ୍ଡିଆ କହିଛି ଯେ ସମ୍ପ୍ରତି ରିପୋର୍ଟ ସହିତ ଏହି ଘଟଣାର କୌଣସି ସାମଞ୍ଜସ୍ୟ ନାହିଁ।

ହ୍ୱାଟସଆପର ପବ୍ଲିକ ପଲିସିର ନିର୍ଦ୍ଦେଶକ ଶିବନାଥ ଥୁକ୍ରାଲ ଏବେ ମେଟାର ସମାନ ପଦବୀରେ ନିଯୁକ୍ତ ହୋଇଛନ୍ତି। କମ୍ପାନୀ କହିଛି ଯେ କମ୍ପାନୀର ତିନୋଟି ପ୍ଲାଟଫର୍ମ – ହ୍ୱାଟସଆପ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ସେ ଏବେ ମୁଖ୍ୟ। କମ୍ପାନୀ ତିନୋଟି କମ୍ପାନୀର ଦାୟିତ୍ବ ଜଣଙ୍କୁ ଦେଇ ଖର୍ଚ୍ଚକାଟ କରିଥିବା ସୂଚନା ରହିଛି। ତେବେ ବୋଷଙ୍କ ସ୍ଥାନରେ କିଏ ନିଯୁକ୍ତ ହେବେ ସେ ନେଇ ସ୍ପଷ୍ଟ ହୋଇନି।

Related Articles

Back to top button