ଏଲଏସିରେ ୨୦୦୦ କିଲୋମିଟର ଲମ୍ୱା ଫ୍ରଣ୍ଟିୟର ହାଇୱେ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ନିକଟରେ ଥିବା ଏଲଏସିରେ ଚୀନର ଚାଲବାଜିକୁ ଜବାବ ଦେବା ପାଇଁ ଭାରତ ୨୦୦୦ କିଲୋମିଟର ଲମ୍ୱା ମ୍ୟାକମୋହନ ଲାଆଇନ ଉପରେ ପ୍ରଥମ ଥର ପାଇଁ ଫ୍ରଣ୍ଟିୟର ହାଇୱେ ନିର୍ମାଣ କରିବାକୁ ଯାଉଛି । ପ୍ରାୟ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ଏହି ହାଇୱେ ଏଲଏସିକୁ ଗୋଟିଏ ମାଳିରେ ଯୋଡିବ ।

ଦେଶର ପ୍ରତିରକ୍ଷା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଫ୍ରଣ୍ଟିୟର ହାଇୱେ ଭୁଟାନ ସୀମାନ୍ତ ଅରୁଣାଚଳ ପ୍ରଦେଶର ମାଗୋଠାରୁ ଆରମ୍ଭ ହୋଇ ତୱାଙ୍ଗ, ଉପର ସୁବାନସରୀ, ସିୟାଙ୍ଗ, ଦେବାଙ୍ଗ ଭେଲି ଏବଂ କିବିଥୁ ଦେଇ ମିଆଁମାର ସୀମା ନିକଟ ବିଜୟନଗର ଯାଏଁ ଯିବ । ଏହିପରି ଅରୁଣାଚଳ ପ୍ରଦେଶକୁ ଲାଗିଥିବା ଏଲଏସି ଗୋଟିଏ ହାଇୱେ ସହ ଯୋଡି ହୋଇଯିବ।

ଅରୁଣାଚଳ ପ୍ରଦେଶରେ ପୂର୍ବରୁ ଦୁଇଟି ନ୍ୟାସନାଲ ହାଇୱେ ରହିଛି । ଟ୍ରାନ୍ସ ଅରୁଣାଚଳ ହାଇୱେ ଏବଂ ଇଷ୍ଟ-ୱେଷ୍ଟ ଇଣ୍ଡଷ୍ଟ୍ରିଆଲ କୋରିଡର । ଏହିପରି ଅରୁଣାଚଳ ପ୍ରଦେଶର ତିନି ରାଜପଥକୁ ଅରୁଣାଚଳ ପ୍ରଦେଶର ଛଅ ଇଣ୍ଟର କରିଡୋର ହାଇୱେ ସହ ଯୋଡାଯିବ । ଏହାଦ୍ୱାରା ଅରୁଣାଚଳ ପ୍ରଦେଶର ଦୂରଦୂରାନ୍ତ ଅଞ୍ଚଳକୁ ଯୋଗାଯୋଗ ସୁବିଧା ମିଳିପାରିବ ।

Related Articles

Back to top button