ବିମାନ ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ ନୁହେଁ, ଯାତ୍ରୀଙ୍କୁ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ : କୋଭିଡ-୧୯ ବିପଦକୁ ଆକଳନ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନରେ ସବୁ ଯାତ୍ରୀଙ୍କ ମାସ୍କ ଅଥବା ଫେସ କଭର ପିନ୍ଧିବା ଉପରେ ପ୍ରାଥମିକତା ଦେଇଛନ୍ତି। ତେବେ ଏଥିଲାଗି ଜରିମନା କିମ୍ବା ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଏ ନେଇ ମନ୍ତ୍ରାଳୟ ନଭେମ୍ବର ୧୬ ତାରିଖରେ ଜାରି ବୟାନରେ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣରେ ଯାତ୍ରୀ ମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଥିବା କହିଛନ୍ତି।

ଏ ନେଇ ମନ୍ତ୍ରାଳୟଙ୍କ ପକ୍ଷରୁ ଏକ କାର୍ଯ୍ୟାଳୟ ଜ୍ଞାପନ ଜାରି କରାଯାଇଛି। ଏଥିରେ ବିମାନ ଯାତ୍ରା କାଳରେ ଯାତ୍ରୀଙ୍କ ମାସ୍କ ଅଥବା ଫେସ କଭର ବ୍ୟବହାର ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ସହ ସମୀକ୍ଷା କରାଯାଇଥିବା କୁହାଯାଇଛି। ଯେଉଁଥିରେ ଏହା ବାଧ୍ୟତାମୂଳକ ନ ହେଲେ ମଧ୍ୟ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। କୋଭିଡ-୧୯ ଯୋଗୁ ରହୁଥିବା ଭୟକାରଣରୁ ଏହି ସତର୍କତା ପ୍ରତ୍ୟେକ ଯାତ୍ରୀଙ୍କୁ ଅବଲମ୍ବନ କରିବାକୁ କୁହାଯାଇଛି।

କୋଭିଡ-୧୯ ପରିଚାଳନା ନେଇ ଭାରତର ଗ୍ରେଡେଡ ପଦ୍ଧତୀରେ ଏବେ ଯାତ୍ରୀଙ୍କ ମାସ୍କ ଅଥବା ଫେସ କଭର ବ୍ୟବହାର ଲାଗି  ଫ୍ଲାଇଟ୍‌ରେ ଘୋଷଣା ମଧ୍ୟ କରାଯିବ ବୋଲି କୁହାଯାଇଛି।  ତେବେ ଏଥିରେ ଯାତ୍ରୀଙ୍କୁ ଫାଇନ ଅଥବା ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରାଯାଉ ନଥିବା ସ୍ପଷ୍ଟ କରିଦିଆଯାଇଛି। ଏଥିଲାଗି ଯାତ୍ରୀ, ଏୟାରପୋର୍ଟ ସଞ୍ଚାଳକ ଓ ଏୟାର ଲାଇନ୍ସ ଲାଗି ଘରୋଇ ଓ ଅନ୍ତର୍ଜାତୀୟ ବିମାନଯାତ୍ରା ନିମନ୍ତେ କୋଭିଡ-୧୯ ନିର୍ଦ୍ଦେଶ ଜାରି ହୋଇଛି।

Related Articles

Back to top button