୨୦୨୩ ଡିସେମ୍ୱର ୩୧ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ – ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୩ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ପଦ୍ମପୁର ସବ୍‌-ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବାକୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରିୟାନୁଷ୍ଠାନ କମିଟିର ବୈଠକ ପରେ ଏହି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ ପରେ କ୍ରିୟାନୁଷ୍ଠାନ କମିଟି ଆବାହକ ସନେଇ ସୂଚନା ଦେଇଛନ୍ତି।

ବର୍ତ୍ତମାନ ପଦ୍ମପୁର ଅଞ୍ଚଳରେ ଆଚରଣବିଧି ଲାଗୁ ହୋଇଥିବାରୁ ଏହା ବର୍ତ୍ତମାନ ଘୋଷଣା ହୋଇପାରୁନି। ସେହିପରି ସରକାରୀ ଦଳର ପଦ୍ମପୁର ନିର୍ବାଚନୀ ଇସ୍ତାହାରରେ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ରହିବ ବୋଲି ସୂଚନା ମିଳିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ରାଜନୈତିକ ମହଲ ସରଗରମ ରହିଥିବା ବେଳେ ତିନି ଦଳ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଶାସକ ଦଳ ବିଜେଡି ଦିବଂଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ବର୍ଷ ବରିହାଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେପିରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ଏହି ମହା ଲଢ଼େଇ ପାଇଁ ତିନି ପ୍ରମୁଖ ଦଳର ତିନି ପ୍ରାର୍ଥୀ ଯଥା ବିଜେଡିରୁ ବର୍ଷା ବରିହା,ବିଜେପିରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ଭିତରେ ଫାଇଟ ଦମଦାର ହେବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟିଂ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ହେବ।

Related Articles

Back to top button