ପେଟିଏମରୁ ପ୍ରାୟ ୧,୭୪୬ କୋଟି ଟଙ୍କାର ସେୟାର ବିକ୍ରି କରିବ ସଫ୍ଟବ୍ୟାଙ୍କ

ନୂଆଦିଲ୍ଲୀ: ପେଟିଏମର ପେରେଣ୍ଟ କମ୍ପାନି ୱାନ ୯୭ କମ୍ୟୁନିକେସନର ସେୟାର ଗତ କିଛି ଦିନ ଧରି ଚାପରେ ରହିଛି । ଜାପାନର ବଡ଼ ନିବେଶ କମ୍ପାନି ୱାର୍କ ସଫ୍ଟବ୍ୟାଙ୍କ, ପେଟିଏମରୁ ପ୍ରାୟ ୧,୭୪୬ କୋଟି ଟଙ୍କାର ସେୟାର ବିକ୍ରି କରିବାକୁ ପ୍ରସ୍ତୁତ କରୁଛି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ସଫ୍ଟବ୍ୟାଙ୍କ ନିଜର ଏହି ଅଂଶଧନ ଏପରି ଏକ ସମୟରେ ବିକ୍ରି କରିବାକୁ ଯାଉଛି, ଯେତେବେଳେ ପେଟିଏମର ପ୍ରି-ଆଇପିଓ ନିବେଶକଙ୍କ ପାଇଁ ଲକ-ଇନ-ପିରିୟଡ ଚଳିତ ସପ୍ତାହରେ ଶେଷ ହେବ ।

ରିପୋର୍ଟ ଅନୁସାରେ ସଫ୍ଟବ୍ୟାଙ୍କ, ପେଟିଏମର ପ୍ରାୟ ୨.୯ କୋଟି ସେୟାରକୁ ୬୦୧.୪୫ ଟଙ୍କା ପ୍ରତି ସେୟାରରେ ବିକ୍ରି କରିବ । ଏହା ପେଟିଏମ ସେୟାରର ବର୍ତ୍ତମାନ ମୂଲ୍ୟଠାରୁ ପ୍ରାୟ ୭ ପ୍ରତିଶତ କମ । ପେଟିଏମରେ ସଫ୍ଟବ୍ୟାଙ୍କର ନିବେଶ ବର୍ତ୍ତମାନ ସମୟରେ କ୍ଷତିରେ ରହିଛି । ପେଟିଏମରେ ୧.୬ ବିଲିୟନ ଡଲାର ନିବେଶ କରିଛି ସଫ୍ଟବ୍ୟାଙ୍କ । ଗତ ବର୍ଷ କମ୍ପାନିର ଆଇପିଓ ସମୟରେ ଏଥିରୁ ପ୍ରାୟ ୨୨-୨୫ କୋଟି ଡଲାରର ଅଂଶଧନ ବିକ୍ରି କରିଥିଲା। ସେୟାର ବଜାରରେ ପେଟିଏମର ଲିଷ୍ଟିଂ ପରଠାରୁ କମ୍ପାନିର ଆଇପିଓ ମୂଲ୍ୟଠାରୁ ପ୍ରାୟ ୭୦ ପ୍ରତିଶତ କମିସାରିଛି । ଏହାପରେ ସଫ୍ଟବ୍ୟାଙ୍କ ପାଖରେ ପେଟିଏମର ୧୭.୫ ପ୍ରତିଶତ ଅଂଶଧନ ରହିବ।

Related Articles

Back to top button