ହିମାଚଳ ପ୍ରଦେଶରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ନୂଆଦିଲ୍ଳୀ: ହିମାଚଳ ପ୍ରଦେଶର କୁଲ୍ଳୁ ଏବଂ ମଣ୍ଡୀ ଜିଲ୍ଳାରେ ବୁଧବାର ରାତିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଲୋକେ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ଅବଶ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂମିକମ୍ପ ରାତି ୯ଟା ୨୧ ମିନିଟ୍‌ରେ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ମଣ୍ଡୀରୁ ୨୭ କିଲୋମିଟର ଉତ୍ତର ପଶ୍ଚିମରେ ରହିଥିଲା।

ସୂଚନାଯୋଗ୍ୟ, ୧୨ ନଭେମ୍ବରରେ ଦିଲ୍ଳୀ-ଏନସିଆର ଏବଂ ଉତ୍ତରାଖଣ୍ଡରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।  ଯାହାର ତୀବ୍ରତା ୬.୩ ରହିଥିଲା। ଭାରତରେ ଦିଲ୍ଳୀ ସହ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସମେତ ୭ ରାଜ୍ୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନେପାଳରେ ଭୂମିକମ୍ପରେ ସବୁଠୁ ଅଧିକ କ୍ଷତି ହୋଇଥିଲା। ନେପାଳରେ ୬ ଜଣକ ମୃତ୍ୟୁ ମଧ୍ୟ ହୋଇଥିଲା।

Related Articles

Back to top button