ପେନ୍ କମ୍ପାନୀ ରୋଟୋମାକ୍ ଗ୍ଲୋବାଲ ଉପରେ ୨,୯୧୯ କୋଟି ଟଙ୍କା ଫାଙ୍କିଥିବା ନେଇ ଅଭିଯୋଗ

ନୂଆଦିଲ୍ଳୀ, ୧୬/୧୧: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଠକେଇ ଅଭିଯୋଗରେ ସିବିଆଇର ଆକ୍ସନ। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ କୋଟିରୁ ଅଧିକ ଠକେଇ ମାମଲାରେ କାନପୁରର ରୋଟୋମାକ୍ ଗ୍ଳୋବାଲ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପେନ୍ ତିଆରି କରୁଥିବା ଏହି କମ୍ପାନୀ ଉପରେ ସମୁଦାୟ ୨,୯୧୯ କୋଟି ଟଙ୍କା ଫାଙ୍କିଥିବା ନେଇ ଅଭିଯୋଗ ରହିଛି। କମ୍ପାନୀ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ବାଧୀନ ୭ ବ୍ୟାଙ୍କ ସଂଘରୁ ଏହି ଲୋନ୍ ନେଇଥିଲା। ଯେଉଁଥରେ ଇଣ୍ଡିଆାନ ଓଭରସିଜ୍  ବ୍ୟାଙ୍କ୍‌ରୁ ୨୩ ପ୍ରତିଶତ ରହିଛି।

ଆଉ ଏବେ ସିବିଆଇ, କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକ ସାଧନା କୋଠାରୀ ଏବଂ ରାହୁଲ କୋଠାରୀଙ୍କୁ ଆଇପିସି ୧୨୦-ବି ଏବଂ ୪୨୦ ଧାରା ତଥା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଗିରଫ କରିଛି। କେବଳ ସେତିକି ନୁହେଁ ସିବିଆଇ ଏବଂ ଇଡି କମ୍ପାନୀକୁ ପୂର୍ବରୁ ହିଁ ତଦନ୍ତ ଘେରରେ ରହିଛନ୍ତି।

ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ୍ ସିବିଆଇକୁ କରିଥିବା ଅଭିଯୋଗ ଅନୁସାରେ ୨୮ ଜୁନ୍ ୨୦୧୨ ରେ କମ୍ପାନୀକୁ ୫୦୦ କୋଟି ଡଲାରର ଅଣ-ପାଣ୍ଠି ଭିତ୍ତିକ ଅନୁଦାନ ମିଳିଥିଲା। ବ୍ୟାଙ୍କ କହିଥିଲା ଯେ, ୭୫୦.୫୪ କୋଟି ଟଙ୍କାର ବକେୟା ପୈଠ କରିବାରେ ବିଫଳ ହେବାରୁ ୨୦୧୬ ମସିହାରେ ଏହି ଆକାଉଣ୍ଟକୁ ଏନପିଏ ଘୋଷଣା କରାଯାଇଥିଲା।

ବ୍ୟାଙ୍କ ଅଭିଯୋଗ କରିଛି ଯେ କମ୍ପାନୀକୁ ୧୧ ଥର ବୈଦେଶିକ କାରବାର ପ୍ରସଙ୍ଗରେ ଆଲୋଚନା ପାଇଁ ଲେଟର ଅଫ୍ କ୍ରେଡିଟ୍ କରାଯାଇଥିଲା। କିନ୍ତୁ କମ୍ପାନୀ ତରଫରୁ କୌଣସି ଉତ୍ତର ମିଳିନଥିଲା। କମ୍ପାନୀ ଏନେଇ ସଂପୂର୍ଣ୍ଣ ତଥ୍ୟ ରଖିବାରେ ସକ୍ଷମ ହୋଇନଥିଲା। ବ୍ୟାଙ୍କ ଅଭିଯୋଗ କରିଛି ଯେ ତଥ୍ୟ ଅଭାବରୁ ବାଣିଜ୍ୟ ଜାହାଜର ସତ୍ୟାସତ୍ୟ ଏବଂ ଲେଡିଂ ବିଲ୍‌ରେ ତାଳମେଳ ରହିନଥିବା ଜଣାପଡ଼ିଥିଲା। ଯାହା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା।

ବ୍ୟାଙ୍କ୍ ଦ୍ବାରା କରାଯାଇଥିବା ଫରେନସିକ୍ ଅଡିଟରୁ ଜଣାପଡ଼ିଥିଲା ଯେ, ଆକାଉଣ୍ଟ ବୁକ୍‌ରେ ହେରଫେର କରାଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ ମୋଟ ବିକ୍ରିର ୯୨ ପ୍ରତିଶତ, ୨୬,୧୪୩ କୋଟି ଟଙ୍କା ସମାନ ମାଲିକ ଏବଂ ଗୋଷ୍ଠୀକୁ ଚାରି ପାର୍ଟୀକୁ ପୈଠ କରାଯାଇଛି।

ବ୍ୟାଙ୍କ ଅଭିଯୋଗ କରିଛି, “ଏହି ପାର୍ଟୀଗୁଡିକର ମୁଖ୍ୟ ଯୋଗାଣକାରୀ ହେଉଛି ରୋଟୋମାକ୍ ଗ୍ରୁପ୍, ଯେତେବେଳେ କି ଏହି ପାର୍ଟୀର ପ୍ରମୁଖ କ୍ରେତା ହେଉଛି ବୁଞ୍ଜ୍ ଗ୍ରୁପ୍। ରୋଟୋମାକ୍ ଗ୍ରୁପ୍‌ର ଉତ୍ପାଦର ପ୍ରମୁଖ ବିକ୍ରେତା ହେଉଛି ବୁଞ୍ଜ୍ ଗ୍ରୁପ୍। ଏହି ଚାରିଜଣ ଓଭରସିଜ୍ ବ୍ୟାଙ୍କ୍ ଗ୍ରାହକ ଗ୍ରୁପ୍ ସହ ଜଡ଼ିତ। ଫୋରେନସିକ୍ ଅଡିଟ୍‌ରେ ଦର୍ଶାଯାଇଛି ଯେ କମ୍ପାନୀ ପ୍ରକୃତରେ କୌଣସି ବ୍ୟବସାୟିକ କାରବାର କରିନାହିଁ। ଆଉ ଏହି ଠକେଇ ଯୋଗୁଁ ବ୍ୟାଙ୍କକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା ଏବଂ କମ୍ପାନୀ ଅବୈଧ ଉପାୟରେ ୭୫୦.୫୪ କୋଟି ଲାଭ କମାଇଥିଲା। ଏବେବି ଏହାର ଆପୂର୍ତ୍ତି ହୋଇନାହିଁ।

Related Articles

Back to top button