ତୁର୍କି ଟିଭି ଉପଦେଶକଙ୍କୁ ୮,୬୫୮ ବର୍ଷ ଜେଲଦଣ୍ଡାଦେଶ

ଇସ୍ତାନାବୁଲ: ତୁର୍କି ରାଜଧାନୀ ଇସ୍ତାନାବୁଲ କୋର୍ଟ ବୁଧବାର ଜଣେ ମୁସଲମାନ ଟିଭି ଉପଦେଶକ ଅଦନାନ ଓକ୍ତାରଙ୍କୁ ୮,୬୫୮ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଏହି ଉପଦେଶକ ଛୋଟଛୋଟ ପୋଷାକ ପରିହିତା ମହିଳାଙ୍କ ସହ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲେ। ଏହି ମହିଳାମାନଙ୍କୁ ସେ ‘ବିଲେଇ ପିଲା’ ବୋଲି କହୁଥିଲେ। ଅଦନାନ ଓକ୍ତାର ନାମକ ଏହି ଉପଦେଶକ ଋଢିବାଦୀ ମୂଲ୍ୟ ଉପରେ ଉପଦେଶ ଦେଉଥିଲେ। ଅଦନାନଙ୍କୁ ରାୟର ପୁନର୍ବିଚାରରେ ଏହି ଦଣ୍ଡାଦେଶ ମିଳିଛି। ଗତବର୍ଷ ତାଙ୍କୁ ୧ ହଜାର ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା।

୬୬ ବର୍ଷ ବୟଷ୍କ ଅଦନାନ ଓକ୍ତାରଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ରହିଛି। ଏଥିରେ ଯୌନ ଅପରାଧରୁ ଆରମ୍ଭ କରି ନାବାଳକଙ୍କ ସହ ସେକ୍ସ ଅପରାଧ, ଠକେଇ, ରାଜନୈତିକ ଓ ଆର୍ମି ଗୁଇନ୍ଦାଗିରି ଉଦ୍ୟମ ଆଦି ରହିଛି। ଏହି ସବୁ ଅଭିଯୋଗରେ ଗତବର୍ଷ ତାଙ୍କୁ ୧ହଜାର ୭୫ ବର୍ଷ ଜେଲଦଣ୍ଡାଦେଶ କରାଯାଇଥିଲା। ତେବେ ଉଚ୍ଚ ନ୍ୟାୟାଳୟ ଏହି ରାୟକୁ ବଦଳେଇ ଦେଇଛନ୍ତି। ମାମଲାର ପୁନର୍ବିଚାରରେ ଇସ୍ତାନାବୁଲର ଉଚ୍ଚ ଅପରାଧ କୋର୍ଟ ତାଙ୍କୁ ୮ ହଜାର ୬୫୮ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଏହି ଦଣ୍ଡ ତାଙ୍କୁ ଯୌନ ଅପରାଧ ଓ କାହାର ସ୍ୱାଧୀନତା ଅପହରଣ ଅପରାଧରେ ଦିଆଯାଇଛି।

କୋର୍ଟ ଓକ୍ତାରଙ୍କ ସମେତ ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଏହି ଦଣ୍ଡାଦେଶ କରିଛନ୍ତି। ଏ-୯ ଟିଭି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ଯୋଗୁ ଓକ୍ତାରର ବେଶେ ପ୍ରଶିଦ୍ଧି ରହିଛି। ତାଙ୍କ ଅନୁଗାମୀମାନେ ତାଙ୍କୁ ଜଣେ ସନ୍ଥ ବୋଲି ବିବେଚନା କରନ୍ତି। ତେବେ ତୁର୍କିର ଧାର୍ମିକ ନେତାମାନେ ତାଙ୍କୁ ଲଗାତାର ସମାଲୋଚନା କରୁଥିଲେ। ତାଙ୍କୁ ୨୦୧୮ ମସିହାରେ ମଧ୍ୟ ଗିରଫ କରାଯାଇଥିଲା। ସେତେବେଳେ ଫାଇନାନ୍ସିଆଲ କ୍ରାଇମ ୟୁନିଟି ତାଙ୍କର ଯାଞ୍ଚ କରୁଥିଲେ। ତେବେ ଇସ୍ତାନାବୁଲ କୋର୍ଟଙ୍କ ଏହା ଅଧିକତମ ଦଣ୍ଡ ନୁହେଁ। ଏହା ପୂର୍ବରୁ ୯ହଜାର ୮୦୩ ବର୍ଷ ୬ ମାସ ଜେଲଦଣ୍ଡାଦେଶ ରହିଛି। ତେବେ ଓକ୍ତାରଙ୍କୁ ମିଳିଥିବା ଦଣ୍ଡାଦେଶ ମଧ୍ୟ କମ୍‌ ନୁହେଁ ।

Related Articles

Back to top button